Latest Odisha News

BREAKING NEWS

ଲୋକ କଂଗ୍ରେସ ପାର୍ଟିକୁ ମିଳିଲା ହକି ଷ୍ଟିକ, ବଲ ଚିହ୍ନ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ଲୋକ କଂଗ୍ରେସ ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳକୁ ହକି ଷ୍ଟିକ ଏବଂ ବଲରେ ଚିହ୍ନ ମିଳିଥିବାରୁ ସେ ଖୁସି ହୋଇ କହିଛନ୍ତି ଏଥର କେବଳ ଗୋଲ ଦେବା ବାକି ରହିଲା । ଫେବୃୟାରୀ ୧୪ରେ ପଞ୍ଜାବର ୧୧୭ ବିଧାନସଭା ସିଟ ନିର୍ବାଚନ ପାଇଁ ଭୋଟ ପଡିବ ।

କଂଗ୍ରେସ ଏବଂ ନଭୋଜତ ସିଂ ସିଦ୍ଧୁଙ୍କ ବିବାଦ ଯୋଗୁ ସେ ଦଳ ଛାଡିଥିଲେ । ପରେ ଲୋକ କଂଗ୍ରେସ ପାର୍ଟି ଗଠନ କରି ବିଜେପି ସହ ଗଠବନ୍ଧନ କରିଛନ୍ତି । ଇତି ମଧ୍ୟରେ ପଞ୍ଜାବର ଅନେକ ବରିଷ୍ଠ କଂଗ୍ରେସ ନେତା ତାଙ୍କ ଦଳରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.