Latest Odisha News

BREAKING NEWS

ଆରମ୍ଭ ହୋଇଛି ଅମରନାଥ ଯାତ୍ରା, ମନ୍ଦିର ସାମ୍ନାରେ ସ୍ଥାପନ ହୋଇଛି ଯୋଗୀରାଜଙ୍କ ତିଆରି ନନ୍ଦୀ

ଶ୍ରୀନଗର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୨ଟି ମାର୍ଗରେ ୪ ହଜାର ୬୦୩ ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ ନିମନ୍ତେ ପହଞ୍ଚିଛନ୍ତି। ୫୨ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ ।କଡା ସୁରକ୍ଷା ଓ ବ୍ୟାପକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନେ ପହଲଗାମ-ନୁନ୍ଓ୍ବାନ ଓ ବାଲଟାଲ ୨ଟି ମାର୍ଗରୁ ବାହାରିଛନ୍ତି ।

ଦୁଇଟି ରାସ୍ତା ଦେଇ ଅମରନାଥକୁ ଯାଉଛନ୍ତି ଶ୍ରଦ୍ଧାଳୁ । ପହଲଗାମ ରାସ୍ତା ୪୮ କିଲୋମିଟର ହୋଇଥିବା ବେଳେ ବଲତାଲ ରାସ୍ତା ୧୪ କିଲୋମିଟର । ଅମରନାଥଙ୍କ ଦର୍ଶନ ଆଷାଢ ପୂର୍ଣ୍ଣମାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ । ଅର୍ଥାତ ବାବା ଅମରନାଥ ଭକ୍ତମାନଙ୍କୁ ଦୁଇମାସ ଧରି ଦର୍ଶନ ଦେଇଥାନ୍ତି । ଭଗବାନ ଶିବଙ୍କର ଏକ ପ୍ରମୁଖ୍ୟ ତୀର୍ଥସ୍ଥଳି ଅମରନାଥ ଧାମ ଭଗବାନ ଶିବଙ୍କର ଦୁର୍ଲଭ ଏବଂ ପ୍ରାକୃତିକ ଦର୍ଶନ ପାଇଥାନ୍ତି ଭକ୍ତମାନେ ।

ସେପଟେ ପ୍ରଭୁ ଅମରନାଥଙ୍କ ଗୁମ୍ଫା ଆଗରେ ଶୋଭା ପାଇଛି କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ନନ୍ଦି ମହାରାଜଙ୍କ ମୂର୍ତ୍ତି। ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ନନ୍ଦୀ ପ୍ରତିମୂର୍ତ୍ତି କୃଷ୍ଣଶିଳା ପଥରରେ ନିର୍ମିତ । ନନ୍ଦୀଙ୍କର ଏହି ପ୍ରତିମୂର୍ତ୍ତିର ବେକରେରେ ଘଣ୍ଟି, ଘାଗୁଡ଼ି, ଦଉଡ଼ି ଆଦି ଖୋଦିତ କରାଯାଇଅଛି। ଅମରନାଥ ମନ୍ଦିରରେ ସାମ୍ନାରେ ଏହାକୁ ସ୍ଥାପନ କରାଯାଇଅଛି।

କହିରଖୁଛୁ ଯେ ଅଯୋଧ୍ୟାର ରାମମନ୍ଦିରରେ ସ୍ଥାପନ ହୋଇଥିବା ରମଲାଲାଙ୍କ ପ୍ରତିମୂର୍ତ୍ତିକୁ ଅରୁଣ ଯୋଗୀରାଜ୍ ନିର୍ମାଣ କରିଥିଲେ।

Leave A Reply

Your email address will not be published.