Latest Odisha News

BREAKING NEWS

ଜୁନ୍ ୨୩ରୁ ଅମରନାଥ ଯାତ୍ରା ଆରମ୍ଭ, ଏପ୍ରିଲ ୧ରୁ ରେଜିଷ୍ଟ୍ରେସନ୍‌

ଜମ୍ମୁକାଶ୍ମୀର: ଆସନ୍ତା ଜୁନ୍ ୨୩ରୁ ଅରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା । ଏହା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ।
୪୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ ଏପ୍ରିଲ ୧ରୁ ଆରମ୍ଭ ହେବ । ତେବେ ଏଥିପାଇଁ ୧୩ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ଲୋକ ଆବେଦନ କରିପାରିବେ ନାହିଁ । ଏଥିସହ ଯାତ୍ରାର ରାସ୍ତା ଓ କ୍ୟାମ୍ପକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ କମିଟି ମେମ୍ବରମାନେ ଯୋଜନା କରିଛନ୍ତି ।
ଗତ ବର୍ଷ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଅଗଷ୍ଟ ୨ ତାରିଖ ଦିନ ଯାତ୍ରାକୁ ବନ୍ଦ କରିଦିଆଯିବା ସହ ଯାତ୍ରୀମାନଙ୍କୁ ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ ସରକାର ।

Leave A Reply

Your email address will not be published.