Latest Odisha News

BREAKING NEWS

ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ; ରୋଗୀ ସେବା ବାଧାପ୍ରାପ୍ତ

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ (ଏମସିଏଚ)ରେ ଶନିବାର ଦିନ ନର୍ସ ଓ ପାରା ମେଡିକାଲ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯାଇଛି ।

ଗତ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ସେମାନେ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ଫେବୃଆରୀ ୧୩ ତାରିଖରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ବ୍ୟକ୍ତି ମହିଳା ମେଡିସିନ୍ ୱାଡରେ ପହଞ୍ଚି ଷ୍ଟାଫ ନର୍ସ ପ୍ରତିମା ପ୍ରଧାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଉକ୍ତ ଘଟଣାକୁ ବର୍ଣ୍ଣନା କରି ପିଡିତା ଜଣକ କହିଛନ୍ତି, “ସେମାନେ ମୋ ମୁହଁକୁ ଆକ୍ରମଣ କରିଥିଲେ । ମୁଁ କେବଳ ନ୍ୟାୟ ଚାହୁଁଛି ଏବଂ ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ଲାଗି ଦାବି ଜଣାଉଛି । ଏହାବ୍ୟତିତ ମେଡିକାଲରେ ଏହି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ହୋଇସାରିଛି । ଆମେ ଏଭଳି ମାଡ ଖାଇ କାମ କରିପାରିବୁ ନାହିଁ” ।

Leave A Reply

Your email address will not be published.