ହରିୟାଣା: ସାଧାରଣତଃ ଗୋଟିଏ ଖଟରେ ୪ରୁ ୫ ଜଣ ଶୋଇଥାନ୍ତି । କିନ୍ତୁ ହରିୟାଣାରେ ଏତେ ବଡ଼ ଖଟ ଅଛି, ଯେଉଁଥିରେ ୧୦ ଜଣ ଆରାମରେ ଶୋଇପାରିବେ । ଆଉ ସେହି ଖଟ ଉପରକୁ ଚଢିବା ପାଇଁ ସିଡ଼ି ଲାଗିଛି ।
ହରିୟାଣାର ନୁହର ପୁଣାନା ବ୍ଲକର ଲୁହିଙ୍ଗକାଲାନ ଗ୍ରାମର ନୁହର ମହମ୍ମଦ ହନିଫ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହିଛି ଏହି ବିଶାଳକାୟ ଖଟ । ଏହା ସମ୍ପୂର୍ଣ୍ଣ ଲୁହାରେ ତିଆରି । ଏଥିରେ ୯/୧୦ ଜଣ ଲୋକ ଏକାଠି ଆରାମରେ ଶୋଇପାରିବେ । ଏହାର ଲମ୍ବ ୧୨ ଫୁଟ ଏବଂ ମୋଟେଇ ୮ ଫୁଟ । କେବଳ ଏତିକି ନୁହେଁ, ଏହି ଖଟ ଉପରକୁ ଚଡିବା ପାଇଁ ଏକ ସିଡ଼ି ମଧ୍ୟ ଲାଗିଛି ।
ଏହି ପୁରୁଣା ଖଟକୁ ତିଆରି କରିବା ପାଇଁ ସେ ସମୟରେ ୧୨,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଖଟ ଗାଁର ଆକର୍ଷଣର କେନ୍ଦ୍ର ହୋଇଥାଏ । ଗାଁର କାହାରି ଘରକୁ କୈାଣସି ଅତିଥି ଆସିଲେ ସେମାନେ ଏହି ଖଟ ଦେଖିବାକୁ ଆସିଥାନ୍ତି ।
Comments are closed.