Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ

ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି ।

ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏକ ଗୁଆ ଗଛରୁ ଗୁଣ୍ଡୁଚିମୂଷାର ବସା ଖସିପଡ଼ିଥିଲା। ତେବେ ସେଥିରେ ଥିଲେ ଦୁଇଟି ଗଣ୍ଡୁଚିି ମୂଷା ଛୁଆ ।

ଅସହାୟ ଅବସ୍ଥାରେ ପଡ଼ିଥିବା ଛୁଆ ଦୁଇଟିକୁ ଜଗି ସୁରକ୍ଷା ଦିଆଯାଇଥିଲା। ଦୀର୍ଘ ୧ ଘଣ୍ଟା ପରେ ଛୁଆଙ୍କ୍ୁ ଖୋଜି ଖୋଜି ମାଆ ଗୁଣ୍ଡୁଚି ପହଂଚିଯାଇଥିଲା। ଆଉ ବେଶ ସନ୍ତର୍ପଣ ସହକାରେ ଛୁଆ ଦୁଇଟିକୁ ନେଇ ଚାଲିଯାଇଥିଲା।

ପଶୁ ହେଲେ ବି ନିଜ ଛୁଆଙ୍କ ପ୍ରତି ଥିବା ଅନାବିଳ ଭଲପାଇବା ସମସ୍ତଙ୍କୁ ବେଶ ଚକିତ କରିଦେଇଛି।।

Comments are closed.