Latest Odisha News

BREAKING NEWS

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ପରେ ଆମାଜନ୍ ଏହାକୁ ନିଜ ସାଇଟ୍‌ରୁ ହଟାଇ ଦେଇଛିି । ଏଥିସହ ନିଜ ଭୁଲକୁ ସ୍ୱୀକାର କରିଛି । କେବଳ ସେତିକି ନୁହେଁ ସମ୍ବଲପୁରୀ ଶାଢ଼ୀ ଓଡ଼ିଶାର ବୋଲି ମଧ୍ୟ ଉଲ୍ଲେଖ କରିଛି ।

ସେପଟେ ଏଭଳି ଘଟଣାକୁ ନେଇ ପଶ୍ଚିମ ଓଡ଼ିଶାବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶହ ଶହ ବର୍ଷର ସମ୍ବଲପୁରୀ ଶାଢ଼ୀକୁ କିଭଳି ଆମାଜନ ପଶ୍ଚିମବଙ୍ଗର ଦର୍ଶାଇଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.