Latest Odisha News

ଚୋରି ବେଳେ ଧରାପଡିଲା ଆମାଜାନ ବଏ, ସିସିଟିଭି ଫୁଟେଜ ଭାଇରାଲ

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ସମସ୍ତେ ଅନଲାଇନ ସପିଙ୍ଗ କରିବାକୁ ଖୁବ ପସନ୍ଦ କରୁଛନ୍ତି । ଘରେ ବସି ଖୁବ କମ ସମୟ ଭିତରେ ନିଜ ପସନ୍ଦର ଜିନିଷ ଅତି ନିକଟରେ ପାଇପାରିବା କିଛି କମ କଥା ନୁହେଁ । କୋରୋନା ମହାମାରୀ ସମୟରେ ମଧ୍ୟ ନିଜ ପ୍ରାଣକୁ ଖାତିର ନକରି ଲାଗୁ ହୋଇଥିବା ଲକଡାଉନରେ ଦୀର୍ଘ ୨ ବର୍ଷ ଧରି ଲୋକଙ୍କ ସେବାରେ ଥିଲେ ଅନଲାଇନ ସପିଙ୍ଗର ଡେଲିବରି ବଏ ମାନେ । ଖାଲି ସେତିକି ନୁହେଁ ଅନେକ ସମୟରେ ବିଭିନ୍ନ ଚର୍ଚ୍ଚାରେ ରହୁଛନ୍ତି  ଡେଲିଭରି ବଏ । ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ହତଚକିତ କରିଦେବ ।

ଉତ୍ତରପ୍ରଦେଶ ଗାଜିଆବାଦର ବସୁନ୍ଧରା ଅଞ୍ଚଳରୁ ଚୋରି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଚୋରି କଲାବେଳେ ଆମାଜନ ଅନଲାଇନ ସପିଙ୍ଗର ଡେଲିଭରି ବଏ ସିସିଟିଭି କ୍ୟାମେରା ଧରାପଡିଛି । ତେବେ ପୀଡିତଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିନାହାଁନ୍ତି କିନ୍ତୁ ଆମାଜନରେ ଅଭିଯୋଗ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ପୀଡିତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଥର ପରି ସେମାନେ ସନ୍ଧ୍ୟାରେ ଆମାଜନରୁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଡେଲିଭରି ବଏ ସାମଗ୍ରୀ ନେଇ ଆସିଥିଲା । ପ୍ୟାକେଟଟି କୁ ବାହାରେ ରଖିବାକୁ କୁହାହେଇଥିଲା କିଛି ସମୟ ପରେ ଆମାଜନ ଫ୍ରେଶ ଡେଲିଭରି ଏଜେଣ୍ଟ ଆସିଥିଲେ, ତାଙ୍କୁ ମଧ୍ୟ ପ୍ୟାକେଟକୁ ବାହାରେ ରଖିବାକୁ କୁହାଯାଇଥିଲା। କିଛି ସମୟ ପରେ, ଯେତେବେଳେ ମୁଁ ଉକ୍ତ ପ୍ୟାକେଟ ଗୁଡିକୁ ଉଠେଇଲି, ଦେଖିଲି ଗୋଟିଏ ପ୍ୟାକେଟ କମ ଅଛି । ଏହା ପରେ ସିସିଟିଭି ଯାଞ୍ଚ କଲାପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.