Latest Odisha News

BREAKING NEWS

ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଅବସର

ଭୁବନେଶ୍ୱର: ଗୋଟିଏ ମାସରେ ଦୁଇ ଚର୍ଚ୍ଚିତ ବ୍ୟକ୍ତିଙ୍କ ଅବସର ଗ୍ରହଣ। 20 ଦିନ ବ୍ୟବଧାନରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅବସର ଗ୍ରହଣ କରିଛନ୍ତି। ଜଣେ ସଚିବଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସି ନିଜ ଦ୍ବାରା ପ୍ରତିଷ୍ଠା ହୋଇଥିବା ଦୈନିକ ଖବରକାଗଜ ସମ୍ବାଦରୁ ଅବସର ଗ୍ରହଣ କଲେ ଅନ୍ୟଜଣେ ବାରମ୍ବାର ସମାଲୋଚନାର ଶିକାର ପରେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି।

ସୌମ୍ଯରଞ୍ଜନ ପଟ୍ଟନାୟକ ‘ମନ୍ତ୍ରୀ ବଡ ନା ସଚିବ ବଡ’ ଏବଂ ‘ଜନ୍ମଦିନର ଅନୁଚିନ୍ତା’ ନାମରେ ଲଗାତର ଦୁଇଟି ଆଲେଖ୍ୟ ଲେଖି ସଚିବଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ। ଯେଉଁଥିରେ ସେ କହିଥିଲେ, ସଚିବଙ୍କ ଗସ୍ତ ଖର୍ଚ୍ଚ ଇସ୍ରୋର ଚନ୍ଦ୍ରଯାନ ପାଇଁ ବ୍ୟୟ ହୋଇଥିବା ବଜେଟଠୁ ବଢି ଗଲାଣି। ତା’ପରେ ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ‘ସମ୍ବାଦ’ ଖବରକାଗଜ ବିରୋଧରେ ପୂର୍ବତନ କର୍ମଚାରୀ ଲୋନ୍ ଅଭିଯୋଗ ଆଣିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୋଗର ଅର୍ଥନୈତିକ ଶାଖା ରେଡ୍ କରି ତଦନ୍ତ କରୁଛି।

ଏହାପରେ ହଠାତ ସୌମ୍ୟ ରଞ୍ଜନ ନିଜ ପଦରୁ ଅବସର ଗ୍ରହଣ କରି ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ସମ୍ବାଦର ସମ୍ପାଦକ ପଦ ଛାଡିଛନ୍ତି। ଆଉ ନିଜେ ମଧ୍ୟ ନିରବ ରହିଛନ୍ତି।

ଅନ୍ୟପଟେ ସଚିବ ନିଜ କ୍ଷମତାର ଅପବ୍ୟବହାର କରୁଥିବା କହି ବିରୋଧୀ ଅଭିଯୋଗ ଆଣୁଥିଲେ। ବିରୋଧୀ ଆହ୍ବାନ କରିଥିଲେ ଯେ ଯଦି ସେ ରାଜନୀତିରେ ସେ ଯୋଗ ଦେବାକୁ ଚାହୁଁଛନ୍ତି ତାହେଲେ ସେ ଚାକିରି ଛାଡିବା ଆବଶ୍ୟକ। ଯଦିଓ ପାଣ୍ଡିଆନ୍ ରାଜନୀତିରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ ହୋଇନି କିନ୍ତୁ ଆଶା କରାଯାଉଛି ସେ ଶାସକ ଦଳର ମଙ୍ଗ ଧରିବେ।

Leave A Reply

Your email address will not be published.