Latest Odisha News

BREAKING NEWS

ଆମାଜନ୍ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ:ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ । ଆମାଜନ ଘୋଷଣା କରିଛି, ଏଡବ୍ଲୁଏସ ସିଇଓ ଏଣ୍ଡି ଜେସି ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଜେଫ ବେଯୋଶଙ୍କ ସ୍ଥାନ ଗ୍ରହଣ କରିବେ । ତାଛଡା ଆହୁରି କୁହାଯାଇଛି ଯେ ଜେଫ ବେଯୋଶ ବୋର୍ଡ କାର୍ଯ୍ୟକାରୀ ଅଧିକାରୀ ରହିବେ ।

ବେଯୋଶ ଏକ ପତ୍ର ଲେଖି ନିଜ କର୍ମଚାରୀଙ୍କୁ ନିଜ ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି । ପତ୍ରରେ ସେ କହିଛନ୍ତି, କମ୍ପାନୀର ସିଇଓ ପଦବୀ ଛାଡ଼ୁଛନ୍ତି । ବର୍ତ୍ତମାନ ଜେସି ଆମାଜନ ୱେବ ସର୍ଭିସର ମୁଖ୍ୟ ।

ବେଯୋଶ୍ ଏକ ଷ୍ଟାର୍ଟଅପ୍ ହିସାବରେ ଆମାଜନ୍ ଆରମ୍ଭ କରିଥିଲେ । ବର୍ତ୍ତମାନ କମ୍ପାନୀ ଦୁନିଆର ସବୁଠାରୁ ବଡ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ । 

ଆମାଜନରେ ଅଂଶଧନ ଆଧାରରେ ଜେଫ୍ ବେଯୋଶ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି । କମ୍ପାନୀ ୨୦୨୦ର ଶେଷ ୩ ମାସରେ ୧୦୦ ବିଲିୟନ ଡଲାର ବିକ୍ରି କରିଛି । ଫଳରେ ଆମାଜନର ରୋଜଗାର ରେକର୍ଡ ସ୍ଥରରେ ବୃଦ୍ଧି ଘଟିଛି ।

Leave A Reply

Your email address will not be published.