Latest Odisha News

BREAKING NEWS

ଝରାଫୁଲ ମୃତ୍ୟୁ ଘଟଣା: ଭୁବନେଶ୍ୱର ଗେଷ୍ଟ ହାଉସରେ ସିନ ରିକ୍ରେସନ କଲା ପୋଲିସ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜି ପୋଲିସ ଭୁବନେଶ୍ୱର ଆଣିଛି । ଦୁହେଁ ରହିଥିବା ଖଣ୍ଡଗିରିିର ଶିବସାଇ ଗେଷ୍ଟ ହାଉସରେ ସିନ ରିକ୍ରେସନ କରାଯାଇଛି । ୨୦୧ ନମ୍ବର ରୁମରେ ସେଦିନ ରାତିରେ କଣ ଘଟିଥିଲା । ଆଉ ଏହା ପରେ ରାକେଶ ଓ ତାଙ୍କ ସାଙ୍ଗ ଝରାଫୁଲଙ୍କୁ ନେଇ ବାହାରକୁ ଆସିଲା ବେଳେ ରିସେପସନ ପାଖେ କିଏ ସନ୍ଦେହ କରିଥିଲେ କି ନାଇ ସେ ନେଇ ଡେମୋ ଦେଖାଇଥିଲେ ରାକେଶ ।

ଏହି ଡେମୋ ଦେଖାଇବା ବେଳେ ଗେଷ୍ଟ ହାଉସ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ପୋଷ୍ଟମଟର୍ମ ରିପୋର୍ଟ ଓ ଭିସେରା ରିପୋର୍ଟ ଆସି ନ ଥିବାରୁ ଏ ନେଇ କିଛି ସ୍ପଷ୍ଟ କହିହେବ ନାହିଁ ବୋଲି କହିଛନ୍ତି କୁଆଖିଆ ଏସଡିପିଓ । ସମସ୍ତ ତଦନ୍ତ ସାରିବା ପରେ ଏ ନେଇ ସୂଚନା ଦିଆଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ଝରାଫୁଲ ହତ୍ୟା ମାମଲାରେ ରାକେଶ ସ୍ୱାଇଁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇଛି ।

Leave A Reply

Your email address will not be published.