Latest Odisha News

BREAKING NEWS

ମାଇକ୍ରୋସଫ୍ଟ ପରେ ଆମାଜନର ଛଟେଇ; ବିଦା ହେବେ ୧୮ ହଜାରରୁ ଅଧିକ କର୍ମଚାରୀ

ୱାଶିଂଟନ:ପ୍ରମୁୁଖ ସଫ୍ଟଓୟାର କମ୍ପାନୀ ମାଇକ୍ରୋସଫ୍ଟ ନିଜର ୧୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ହଟାଇବା ପରେ ଏବେ ଆମାଜନ ତାର କର୍ମଚାରୀ ହଟାଇବା ଆରମ୍ଭ କରିଛି । ମାଇକ୍ରୋସଫ୍ଟ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଏପରି ପଦକ୍ଷେପ  ନେଇଥିବା କହୁଥିବାବେଳେ ଅମାଜନ ବି ସମାନ କଥା ଦୋହରାଇଛି ।
ଏବେ ଇ-କମର୍ସ କମ୍ପାନୀ ଅମାଜନ ୨୦୨୩ରେ ବଡ ଧରଣର କର୍ମଚାରୀ ଛଟେଇ କରିବାକୁ ଯାଉଛି ।

Amazon.com Inc. ଚଳିତ ମାସ ଆରମ୍ଭରେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ବ୍ଲୁମବର୍ଗ ନିଉଜ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଅମାଜନ ବୁଧବାର ତାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ ବିଭାଗରୁ ଛଟେଇ ଆରମ୍ଭ କରିଛି ।
ଅମାଜନ  ଅନିଶ୍ଚିତ ଅର୍ଥ ବ୍ୟବସ୍ଥାର ଆଳ ନେଇ କମ୍ପାନୀର ୧୮ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରିଛି । କମ୍ପାନୀ ସଫେଇ ଦେଇ କହିଛି, କରୋନା ମହାମାରୀ ସମୟରେ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା । ହେଲେ ଏବେ ପରିସ୍ଥିତିରେ ସୁଧାର ଆସିବା ପରେ ଏତେ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ଆମାଜନ ସିଇଓ ଏଣ୍ଡି ଜେସିଙ୍କ କହିବା ଅନୁଯାୟୀ, ପ୍ରଭାବିତ କର୍ମଚାରୀଙ୍କୁ ଏ ବିଷୟରେ ୧୮ ଜାନୁଆରୀରେ ସୂଚିତ କରି ଦିଆଯାଇଛି ।
ସେ ଆହୁରି କହିଛନ୍ତି, ଆଗକୁ ଆହୁରି ୨ଟି ପର୍ଯ୍ୟାୟରେ ଛଟେଇ କରାଯିବ । ତେବେ ଆମାଜନର ଏହି କର୍ମଚାରୀ ଛଟେଇ ସମୁଦାୟ କର୍ମଚାରୀଙ୍କର ମାତ୍ର ୧ ପ୍ରତିଶତ ଅଟେ ଏବଂ ଏଥିରେ କେବଳ ଗୋଦାମ ଏବଂ ବିତରଣ କର୍ମଚାରୀ ସାମିଲ ଅଟନ୍ତି । ଏହା ସାରା ବିଶ୍ୱରେ କାମ କରୁଥିବା ୩୫୦,୦୦୦ କର୍ମଚାରୀଙ୍କର ୬ ପ୍ରତିଶତ ଅଟେ ।

ତେବେ ଆମାଜନ ସିଇଓ କହିଛନ୍ତି, କମ୍ପାନୀ ଲିଡର ନିଜ ଟିମ ସହ କାମ କରୁଛନ୍ତି । ସେମାନେ ଵର୍କଫୋର୍ସ ଉପରେ ନଜର ରଖିଛନ୍ତି । ଏହାବ୍ୟତୀତ କମ୍ପାନୀ ତାର ଭବିଷ୍ୟତ ପାଇଁ କେତେ ନିବେଶ କରିବ, ଗରାଖଙ୍କ ପାଇଁ ଆଉ କ’ଣ ଭଲ କରାଯାଇ ପାରିବ ଏବଂ ବ୍ୟବସାୟର ଲଙ୍ଗ ଟର୍ମ କାରବାର ପାଇଁ କ’ଣ କରିବା ଉଚିତ ଏହାକୁ ପ୍ରାଥମିକତା ଦେଉଛି । ଏହି କାରଣରୁ ଚଳିତ ବର୍ଷ ରିଭ୍ୟୁ ଅଧିକ ଚାଲେଞ୍ଜିଂ ହେବ । ତା ଛଡା ପୂର୍ବରୁ କିଛି ବର୍ଷ ଧରି ଆମେ ଅଧିକ ହାୟରିଂ କରିଛୁ ବୋଲି ସଫେଇ ଦେଇଛନ୍ତି ସିଇଓ ।

Leave A Reply

Your email address will not be published.