Latest Odisha News

BREAKING NEWS

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଭିଡିଓ ରେକର୍ଡିଂ କରିଥିବା ୟୁଟ୍ୟୁବର ଅନିମେଶ ଗିରଫ

ପୁରୀ: ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ। ନିକଟରେ ପୁରୀ ଶ୍ରୀମନ୍ଦିରରେ ନୋ ଫ୍ଲାଇଂ ଜୋନ୍ ଉପରେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଇ ସଂପୃକ୍ତ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅନିମେଶ। ଶ୍ରୀମନ୍ଦିର ପୋଲିସ ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ପୋଲିସ ତାଙ୍କୁ ବୁଧବାର କୋଲକାତାରୁ ଗିରଫ କରିଛି।

BjdElectrycity

କୋଲକାତାର ବାରାକପୁର ଅଞ୍ଚଳରୁ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁରୀ ପୋଲିସ ଗିରଫ କରିଛି। ଏନେଇ ପୁରୀ ପୋଲିସ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି। ଓଡ଼ିଶା ପୋଲିସ ମାମଲା ରୁଜୁ କରିବା ପରେ ଫେରାର ଥିଲେ ଅନିମେଶ। ଶେଷରେ ସିଟି ଡିଏସପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇ ଅନିମେଶଙ୍କୁ ଗିରଫ କରିଛି। ବୁଧବାର ବାରାକପୁରରୁ ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପୂର୍ବରୁ ଏହି ଟିମ୍ 5 ଦିନ ଧରି ଚକ୍ରବର୍ତ୍ତୀଙ୍କ ଗତିବିଧି ଉପରେ ନଜର ରଖିଥିଲା।

‘ନୀଳଚକ୍ର’ର ଏକ ଭିଡିଓ ଏବଂ ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ଆକାଶମାର୍ଗ ଦୃଶ୍ୟକୁ 2022 ଡିସେମ୍ବର 3ରେ କୃଷ୍ଣଚନ୍ଦ୍ର ପାଢ଼ୀ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିବା ପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା। ଏହି କ୍ଲିପ୍କୁ ପୂର୍ବରୁ ଚକ୍ରବର୍ତ୍ତୀ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଅନିମେଶ ୟୁଟ୍ୟୁବରେ ଅପ୍ଲୋଡ୍ କରିଥିଲେ। 5 ମିନିଟ୍ 43 ସେକେଣ୍ଡର ଏହି ଭିଡିଓ ନୀଳଚକ୍ରରୁ ସିଂହଦ୍ୱାର ଯାଏ ଆକାଶମାର୍ଗରୁ ଦୃଶ୍ୟମାନ ହୋଇଥିଲା। ଏହି ଭିଡିଓରେ ୟୁଟ୍ୟୁବର ଓଡ଼ିଶା ପୁଲିସକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

 

ତେବେ ଏହି ଭାଇରାଲ ଭିଡିଓକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଅନିମେଶ ଚକ୍ରବର୍ତ୍ତୀ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ ସେ ପୁଲିସଠାରୁ ଅନୁମତି ନେଇଥିବା ନେଇ ମିଛ କହିଥିବା କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଚାରିକୋଟି ଓଡ଼ିଆ ଓ ପୁଲିସ ପ୍ରଶାସନକୁ ସେ କ୍ଷମା ମାଗିଥିଲେ। ସେ କହିଥିଲେ ଯେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନରେ ଆସେ ବୋଲି ଜାଣିନଥିଲେ। ସେ ଯାହା କରିଛନ୍ତି ଅଜାଣତରେ ବୋଲି କହିଛନ୍ତି।

 

Leave A Reply

Your email address will not be published.