Latest Odisha News

BREAKING NEWS

ଆମାଜନରେ ଚାଲିଛି ବମ୍ପର ଡିସକାଉଣ୍ଟ: ଶସ୍ତା ହେଲା ସ୍ମାର୍ଟ ଟିଭି, ଜାଣନ୍ତୁ କେତେ ରହିଛି ଦର…

ନୂଆଦିଲ୍ଲୀ: ନୂଆ ଟିଭି କିଣିବାକୁ ଚାହୁଁଛନ୍ତି କି ? ତେବେ ଆମାଜନ୍ ସେଲରର ଫାଇଦା ଉଠାନ୍ତୁ । ଆମାଜନ୍ ସେଲରେ ଆପଣଙ୍କୁ ଅନେକ ବ୍ରାଣ୍ଡର ଟିଭି ଉପରେ ଆକର୍ଷଣୀୟ ଅଫର ମିଳିବ । ଏହାର ଫାଇଦା ଉଠାଇ ଆପଣ ଶସ୍ତା ପ୍ରିମିୟମ୍ ଟିଭି କିଣିପାରିବେ । ଇ-କମର୍ସ ପ୍ଲାଟଫର୍ମରେ ସାମସଙ୍ଗ, ଏସର, ସୋନି ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ଟିଭିରେ ଆକର୍ଷଣୀୟ ଅଫରରେ ମିଳିପାରିବ ।

ଯଦି ଆପଣ ଏକ ନୂତନ ଟିଭି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆମାଜନରେ ଚାଲିଥିବା ଆକର୍ଷଣୀୟ ଅଫରର ଫାଇଦା ଉଠାନ୍ତୁ । ଏହି ଅଫରଗୁଡିକର ଲାଭ ଉଠାଇ ଆପଣ ଆକର୍ଷଣୀୟ ମୂଲ୍ୟରେ ଅନେକ ସ୍ମାର୍ଟ ଟିଭି କିଣିପାରିବେ । ଡିସେମ୍ବର ୧ ରୁ ଡିସେମ୍ବର ୫, ୨୦୨୩ ମଧ୍ୟରେ ଆପଣ ଏହି ଅଫରଗୁଡିକର ଲାଭ ପାଇପାରିବେ । ଏହି ବିକ୍ରୟରୁ ଆପଣ ସାମସଙ୍ଗ, ସୋନି, ଟିସିଏଲ୍, ଭିୟୁ, ରେଡମି ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ଟିଭି କିଣି ପାରିବେ ।

ଏହି ସେଲରେ ଗ୍ରାହକମାନଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ରିହାତି ମିଳିବ । ଏହି ଅଫର HDFC ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ EMI କାରବାରରେ ଉପରେ ଉପଲବ୍ଧ । ଏହା ଛଡା କ୍ରେଡିଟ୍ କାର୍ଡ ଏବଂ EMI କାରବାରରେ ଆପଣଙ୍କୁ ୩୨୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ ।

ସେଲରେ ଆପଣ ସାମସଙ୍ଗ ୫୫-ଇଞ୍ଚ ଅଲଟ୍ରା HD ସ୍ମାର୍ଟ QLED ଟିଭି କିଣି ପାରିବେ | ଏହି ସ୍ମାର୍ଟ ଟିଭି IoT ସେନ୍ସର ଏବଂ ସୋଲାର ସେଲ୍ ଟେକ୍ନୋଲୋଜି ସହିତ ଆସିଥାଏ | ଆପଣ ଏହି ଟିଭି ଆମାଜନରୁ ୬୪,୯୯୦ ଟଙ୍କାରେ କିଣି ପାରିବେ ।

Leave A Reply

Your email address will not be published.