Latest Odisha News

BREAKING NEWS

ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ

ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା  । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ।

ସୂଚନା ମୂତାବକ ଡିସେମ୍ବର ୧ ତାରିଖ ଦିନ ଦୁଇ ପରିବାରର ୨୦ଜଣ ସଦସ୍ୟ ଦିଗପହଣ୍ଡି ପୋଡାମାରି ଗାଁରୁ ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ । ମାତ୍ର ହଠାତ୍ ଆସିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଏକ କାର ସହ ଭ୍ୟାନଟି ପିଟିହୋଇଯାଇଥିଲା । ତାରିଣୀ ମନ୍ଦିରଠାରୁ ମାତ୍ର ୩ କିମି ପୂର୍ବରୁ ଏହି ଅଘଟଣ ଘଟିଥିଲା । ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର୍ ହେବା ସହ ୮ଜଣଙ୍କର ଜୀବନ ଚାଲିଯାଇଥିଲା ।

Leave A Reply

Your email address will not be published.