Latest Odisha News

BREAKING NEWS

୧୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ! 

ନୂଆଦିଲ୍ଲୀ: ୨୦୨୫ ମସିହାରେ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଯାହାଫଳରେ କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ ୧୩% ହ୍ରାସ ହେବ।

ରିପୋର୍ଟ ଅନୁସାରେ ଏହା କମ୍ପାନୀକୁ ବାର୍ଷିକ ପ୍ରାୟ ୨.୧ରୁ ୩.୬ ବିଲିୟନ ଆମେରିକୀୟ ଡଲାର ସଞ୍ଚୟ କରିବାରେ ସାହାଯ୍ୟ କରିବ। ଆମାଜନର ଆଗାମୀ ଛଟେଇ ବିଶ୍ୱବ୍ୟାପୀ କର୍ମଚାରୀମାନଙ୍କୁ ପ୍ରଭାବିତ କରିବ ଏବଂ ମୋଟ କର୍ମଚାରୀଙ୍କ ସଂଖ୍ୟା ୧,୦୫,୭୭୦ରୁ ୯୧,୯୩୬କୁ ହ୍ରାସ କରିବ।

୨୦୧୯ ମସିହାରେ ଏହି ଇ-କମର୍ସ ଜାଏଣ୍ଟର ୭,୯୮,୦୦୦ କର୍ମଚାରୀ ଥିଲେ। ୨୦୨୧ ଶେଷ ସୁଦ୍ଧା ଏହି ସଂଖ୍ୟା ୧.୬ ନିୟୁତକୁ ବୃଦ୍ଧି ପାଇଥିଲା। ତେବେ ୨୦୨୨ରୁ ୨୦୨୩ ମଧ୍ୟରେ କମ୍ପାନୀ ୨୭,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ଅପରପକ୍ଷରେ କମ୍ପାନୀ ଖୁବ୍ ଶୀଘ୍ର ଏହି ବର୍ଷ ପାଇଁ ଆଗାମୀ ଛଟେଇ ନେଇ ଘୋଷଣା କରିବ ବୋଲି ଜଣାପଡିଛି।

Comments are closed.