Latest Odisha News

୩ଶହରୁ କମ୍ ମୂଲ୍ୟର ଆମାଜନ ଉତ୍ପାଦ ଉପରେ ଲାଗୁ ହେବନି ରେଫରାଲ୍ ଫି

ନୂଆଦିଲ୍ଲୀ:ଆମାଜନ ନିଜର ପଲିସିରେ ଅନେକ ପରିବର୍ତ୍ତନ କରିଥାଏ । ଯେଉଁଥିପାଇଁ ଗ୍ରାହକ ଏବଂ ସେଲର ଉପକୃତ ହୁଅନ୍ତି । ବର୍ତ୍ତମାନ କମ୍ପାନୀ ଅନ୍ୟ ଏକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଛି। ଇ-କମର୍ସ କମ୍ପାନୀ ଏପ୍ରିଲରୁ ନିଜର ୧.୨ କୋଟିରୁ ଅଧିକ ଉତ୍ପାଦ ଉପରୁ ରେଫରାଲ୍ ଫି ଅପସାରଣ କରିବ। ଏପ୍ରିଲ୍୭,୨୦୨୫ରୁ ଆମାଜନ ୩୦୦ରୁ କମ୍ ମୂଲ୍ୟର ଉତ୍ପାଦ ଉପରେ ବିକ୍ରେତାଙ୍କ ଠାରୁ ରେଫରାଲ୍ ଫି ଆଦାୟ କରିବ ନାହିଁ। ଏହି ପରିବର୍ତ୍ତନରୁ କିଏ ଅଧିକ ଲାଭ ପାଇବ ଆସନ୍ତୁ ଜାଣିବା..

ଛୋଟ ବ୍ୟବସାୟୀ (ବିକ୍ରେତା) ଆମାଜନରେ ଏହି ପଲିସିର ଆସିବା ଦ୍ୱାରା ଉପକୃତ ହୋବେ । ଏହା ପୂର୍ବରୁ ମଧ୍ୟ ଆମାଜନ ଏକ ଅପଡେଟ୍ କରିଥିଲା ​​। ଯାହା ଆରମ୍ଭ ହୋଇସାରିଛି । ଏଥିରେ କମ୍ପାନୀ ୫୦୦ରୁ ଅଧିକ ଇନଷ୍ଟାଣ୍ଟ ବ୍ୟାଙ୍କ ରିହାତି (ବ୍ୟାଙ୍କ ଅଫର) ଉପରେ ୪୯ଟଙ୍କା ପ୍ରକ୍ରିୟାକରଣ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଏହି ଲାଭ ୧୩୫ରୁ ଅଧିକ ଉତ୍ପାଦ ବର୍ଗରେ ଉପଲବ୍ଧ ହେବ । ଏଥିରେ ପୋଷାକ,ଜୋତା, ଘର ସାଜସଜ୍ଜା,ସୌନ୍ଦର୍ଯ୍ୟ ଦ୍ରବ୍ୟ,ଅଳଙ୍କାର, ଗ୍ରୋସରୀ, ଖେଳନା ଇତ୍ୟାଦି ଅନ୍ତର୍ଭୁକ୍ତ । ବର୍ତ୍ତମାନ ସୁଦ୍ଧା ଆମାଜନ ଏହି ବର୍ଗର ଉତ୍ପାଦ ଉପରେ ସେଲରଙ୍କ ଠାରୁ ପ୍ରତ୍ୟେକ ବିକ୍ରୟ ଉପରେ ୨ ପ୍ରତିଶତରୁ ୧୬ ପ୍ରତିଶତ କମିଶନ ଦେଇଥାଏ ।

ଆମାଜନ ଅନୁଯାୟୀ ବିକ୍ରେତାଙ୍କ ସିପିଙ୍ଗ ମୂଲ୍ୟ ୭୭ ରୁ ୬୫ ଟଙ୍କାକୁ ହ୍ରାସ ପାଇବ। ଏହା ବ୍ୟତୀତ ଏକ କିଲୋଗ୍ରାମରୁ କମ୍ ଓଜନ ବିଶିଷ୍ଟ ଉତ୍ପାଦ ଉପରେ ଓଜନ ନିୟନ୍ତ୍ରଣ ଶୁଳ୍କ ୧୭ ଟଙ୍କାକୁ ହ୍ରାସ ପାଇବ । କେବଳ ଏତିକି ନୁହେଁ,ବିକ୍ରେତାମାନେ ଯେଉଁମାନେ ଏକାଧିକ ଉତ୍ପାଦ ଏକାଠି ପଠାନ୍ତି ସେମାନେ ଅନ୍ୟ ଉତ୍ପାଦ ଉପରେ ସେଲ ଚାର୍ଜରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ପାଇପାରିବେ ।

ଏହି ପରିବର୍ତ୍ତନ ଦ୍ବାରା ଆମାଜନ ପ୍ଲାଟଫର୍ମରେ ବିକ୍ରେତାଙ୍କ ସଂଖ୍ୟା ବଢିପାରେ ବୋଲି ଏକ ସମ୍ଭାବନା ରହିଛି । ଏହାଦ୍ବାରା ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଉତ୍ପାଦ ସଂଖ୍ୟାକୁ ମଧ୍ୟ ବଢିପାରେ । ଗ୍ରାହକମାନେ କମ୍ ମୂଲ୍ୟରେ ଉତ୍ତମ ଉତ୍ପାଦ ପାଇପାରିବେ ।

ମିଡିଆ ରିପୋର୍ଟ ଅନୁଯାୟୀ, ମିଡିଆ ରିପୋର୍ଟ ଅନୁଯାୟୀ, ବିକ୍ରେତାଙ୍କ ମୋଟ ଚାର୍ଜର ୯୦ ପ୍ରତିଶତରୁ ୯୫ ପ୍ରତିଶତ ରେଫରାଲ୍ ଏବଂ ସିପିଂ ଫି ରହିଛି।

 

Comments are closed.