Latest Odisha News

BREAKING NEWS

କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ; ୩ ଗୁରୁତର, ପୋଷା କୁକୁର ମୃତ

ନୟାଗଡ଼: ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ। ନୟାଗଡ ଜିଲ୍ଲା ଦଶପଲ୍ଲାରେ ଘଟିଛି ଏହି ଅଘଟଣ। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ଏକ ଘରେ ପଶିଗଲା ଆମ୍ବୁଲାନ୍ସ। ୩ ଜଣ ଗୁରୁତର ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ଦିନକୁ ଦିନ ବିପଦସଂକୁଳ ହୋଇପଡୁଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ପ୍ରତିଦିନ ଘଟୁଛି ଦୁର୍ଘଟଣା ଏବଂ ଘଟୁଛି ଜୀବନହାନି। ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାର୍ଶ୍ୱରୁ ଏକ ଆମ୍ବୁଲାନ୍ସ ବୌଦ୍ଧ-ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଟାକରା ପଞ୍ଚାୟତର ବୁଗୁଡ଼ା ସ୍ଥିତ ରାସ୍ତାକଡ଼ରେ ଥିବା ବାବୁଲା ଗନ୍ତାୟତଙ୍କର ଘର ମଧ୍ୟକୁ ପଶି ଯାଇଥିଲା।

ଫଳରେ ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ଶୋଇଥିବା ଏକ ପୋଷା କୁକୁରର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଏକ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

 

Leave A Reply

Your email address will not be published.