Latest Odisha News

BREAKING NEWS

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଆମ୍ବୁଲାନ୍ସ ଥିବା ସମସ୍ତ କରୋନା ପଜିଟିଭ୍ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଭୁବନେଶ୍ୱର ପଠାଇଥିଲା ।

Leave A Reply

Your email address will not be published.