Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୧-୦୫-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମେ 
 ତା ୦୧ ରିଖ  ଶୁକ୍ରବାର  ମେଷ ୧୯ ଦିନ  ବୈଶାଖ  ମାସ ଶୁକ୍ଳ  ପକ୍ଷ ଅଷ୍ଟମୀ ତିଥି  ଅଶ୍ଳେଷା   ନକ୍ଷତ୍ର  କର୍କଟ ଚନ୍ଦ୍ର
ଘାତବାର-:  ବିଛା,ଧନୁ ଓ ମୀନ ରାଶିର 
ଆଜି:ବିଶ୍ବ ଶ୍ରମିକ ଦିବସ 
ଆଜି:  ନଡିଆ    ଖାଇବା  ନିଷେଧ
 ମେଷ :
 ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ।ଭାତୃ ସମ୍ପର୍କ ନିବିଡ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରା ସଫଳ ହେବ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଶତୃମାନେ ପରାଜିତ ହେବେ ।
ବୃଷ :
 ଦେହ ମନ ସୁସ୍ଥ ରହିବ ।ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବକେୟା ଅର୍ଥ ହସ୍ତଗତ ହେବ ।
 ମିଥୁନ :
  ପ୍ରତେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ସମସ୍ଯା ଭିତରେ ଗତି କରିବେ ଯଗି ରଖି ଚଳନ୍ତୁ ।
କର୍କଟ :
ଧନ ମାନ ସମ୍ମାନ ଐଶୁର୍ଯ୍ଯ ପ୍ରାପ୍ତିର ଯୋଗ ରହିଛି ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ ।ଚେଷ୍ଟା କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ ।ଦୀର୍ଘ ଦିନର ଆଶା ପୂରଣ ହେବ ।
ସିଂହ :
  ମାନସିକ ଶାନ୍ତି ମିଳିବ ।ବହୁଦିନର ଆଶା ଅଭିଳାଷ ପୁରଣ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ମାନଙ୍କ କାର୍ଯ୍ୟ କଳାପ ସନ୍ତୋଷଜନକ ହେବ ।
କନ୍ୟା : 
 ମନ ପ୍ରଫୁଲ୍ଲ  ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ମହିଳାମାନେ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।
ତୁଳା :
 କୌଣସି ଅନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିବେ ।ସାଂସାରିକ ଜୀବନ ସୁଖମୟ ହେବ ।ବହୁଦିନର ବିବାଦର ସମାଧାନ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
ବିଛା :
 ବିବାଦୀୟ ଘଟଣାରେ  ନିରବତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡାର ଭଯ ରହିଛି ।ଦୂର ଯାତ୍ରା କରନ୍ତୁ ନାହିଁ ।
ଧନୁ:
 ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।
ମକର :
ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ସମସ୍ଯାର ସମାଧାନ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦେହ ମନ ସୁସ୍ଥ ରହିବ ।ଉତ୍ତମ ଭୋଜନ ମିଳିବ ।ବ୍ଯବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।
କୁମ୍ଭ :
 ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ମନୋନିବେଶ କରିବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନ ସୁଖମୟ ହେବ ।
ମୀନ :
 ଗୁପ୍ତ ଶତୃ ଭୟ ମନରେ ଭୟ ଆଶା ଆଶଙ୍କା   ସୃଷ୍ଟି କରିବ।ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ପାଇଁ  ଚିନ୍ତିତ  ରହିବେ ।  ହଠାତ୍ ଦେହ ମନ ଅସୁସ୍ଥ ହୋଇପିରେ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.