ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ସରକାର କହୁଛନ୍ତି। ହେଲେ ଏବେ ବି ଓଡିଶାର ଏମିତି ଏକ ଗାଁ ଅଛି ଯେଉଁଠି ଆମ୍ବୁଲାନ୍ସ ସେବା ପହଞ୍ଚିପାରୁନି। ଅର୍ଥାତ ଅପହଞ୍ଚ। ତେଣୁ ରୋଗୀ ଠିକ୍ ସମୟରେ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଥିବାର ଅଭିଯୋଗ ରହିଛି।
ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରବଗା ପଂଚୟତରୁ ନୂଆଡ଼ିହି ମୁଣ୍ଡାପଡା ଗାଁର ଉମେଶ ମୁଣ୍ଡା। ବୟସ 40। ଅସୁସ୍ଥ ହେବାରୁ କୁଚିଣ୍ଡା ହସ୍ପିଟାଲରେ ଥିବା ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ଗାଁ ଲୋକେ । ହେଲେ ଗାଁକୁ ରାସ୍ତା ନଥିବାରୁ 2 କିଲୋମିଟର ଦୂରରେ ଛିଡା ହୋଇଥିଲା ଆମ୍ବୁଲାନ୍ସ। ଆଉ ସେ ସମ୍ପର୍କୀୟଙ୍କ ଦ୍ୱାରା ଖଟିଆରେ ବୁହା ହୋଇଯାଇଥିଲା। ଯାହା ପ୍ରମାଣ କରିଛି ରାଜ୍ୟରେ ବିକାଶ କେମିତି ରହିଛି। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।
କିନ୍ତୁ ଏ କଥା ଗୁରୁତ୍ବପୂର୍ଣ୍ଣ କାରଣ ୪ ମାସ ଆଗରୁ ଉମେଶ ମୁଣ୍ଡାଙ୍କ ସ୍ତ୍ରୀ ପ୍ରାଣ ହରାଇଛନ୍ତି। ତାଙ୍କୁ ସାପ କାମୁଡ଼ି ଦେଇଥିଲା । ହେଲେ ଏହି ଆମ୍ବୁଲାନ୍ସ ସେବା ପାଇପାରିନଥିଲେ ଠିକ୍ ସମୟରେ। ଆଉ ବିଳମ୍ବରେ ଚିକିତ୍ସା ହେବା ଯୋଗୁଁ ଉମେଶଙ୍କ ପତ୍ନୀଙ୍କର ମୃତୁ୍ୟ ଘଟିଥିଲାା
ଗାଁ ଲୋକେ ଏବେ ନିଜ ଘରକୁ ଯିବାକୁ ହେଲେ ବିଲ ହିଡ ଡେଇଁ ଆସୁଛନ୍ତି। ତେଣୁ ଅନେକ ସମୟରେ ଦୁର୍ଘଟଣା, ଖଣ୍ଡିଆ ଖାବରା ହେଉଥିବାର ନଜିର ମଧ୍ୟ ରହିଛି।
Comments are closed.