ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ଏକ ଗାଁ ସୀମାରେ ଜଣେ କରୋନା ରୋଗୀଙ୍କ ମୃତଦେହକୁ ଛାଡି ଚାଲିଯାଇଥିବାରୁ ସରକାରୀ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ ନିଲମ୍ବିତ କରାଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମୃତକଙ୍କ ପତ୍ନୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆର୍ଥିକ ସ୍ଥିତି ହେତୁ ମୃତଦେହକୁ ନିଜ ଗ୍ରାମ ଉପକଣ୍ଠରେ ଛାଡିବାକୁ ଅନୁରୋଧ କରିଥିଲେ।
ମଙ୍ଗଳବାର ସକାଳେ ମୃତକ ଜଣକ କରୋନା ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ମୃତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବା ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ତିରୁଭୁରୁର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତିରୁଭୁରୁ ପହଞ୍ଚି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.