Latest Odisha News

BREAKING NEWS

ପାରାଦୀପ: ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଟ୍ରଲିରେ ପ୍ରସବ କଲେ ମହିଳା

ପାରାଦୀପ: ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ଜଣେ ମହିଳା ଟ୍ରଲିରେ ପ୍ରସବ କରିବାକୁ ବାଧ୍ୟ ହୋଇଛନ୍ତି। ପାରାଦୀପ ସହର ଷଣ୍ଡକୁଦା ଅଞ୍ଚଳରେ ଏହିପରି ଏକ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଳା ଜଣକ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଓ ପ୍ରସବ ଯନ୍ତ୍ରଣା ପ୍ରତି ମୁହୂର୍ତ୍ତରେ ବଢିବାରୁ ସେ ରିକ୍ସା ଟ୍ରଲିରେ ଡାକ୍ତରଖାନା ଯିବାକୁ ସ୍ଥିର କରିଥିଲେ। ତେବେ ନୂଆବଜାର ନିକଟରେ ଟ୍ରଲିରେ ଡାକ୍ତରଖାନା ନେବା ବାଟରେ ସେ କିଛି ସ୍ଥାନୀୟ ମହିଳାଙ୍କ ସହାୟତାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ପରେ ପାରାଦୀପ ପୋର୍ଟ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଆସି ମହିଳା ଓ ନବଜାତଶିଶୁଙ୍କୁ ଆଠବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

“ମୁଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲି କିନ୍ତୁ ଏହା ବିଳମ୍ବରେ ପହଞ୍ଚିଥିଲା। ସାହାଯ୍ୟ ପାଇଁ ଟ୍ରଲି ଆରୋହୀଙ୍କୁ ମୁଁ କେବେ ବି ଭୁଲିପାରିବି ନାହିଁ ବୋଲି ମହିଳାଙ୍କ ସ୍ୱାମୀ ସରାଫତ ଖାନ କହିଛନ୍ତି।

ସେହିପରି ଅଠରବାଙ୍କୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କହିଛନ୍ତି ଯେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

Comments are closed.