Latest Odisha News

BREAKING NEWS

‘ବାରଙ୍ଗ ୧୯୯୯’ ଓ୍ବେବ ସିରିଜ ନିର୍ମାତାଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କାଞ୍ଚା ଲଙ୍କାକୁ ଲିଗାଲ ନୋଟିସ। ୧୯୯୯ରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଅଞ୍ଜନା ମିଶ୍ର ଭୁବନେଶ୍ୱରର ଏକ ଅଦାଲତର ଦ୍ବାରସ୍ଥ ହୋଇ ମାନହାନି ମାମଲା ଦାୟର କରିଛନ୍ତି।

ଅଞ୍ଜନା ଓଡ଼ିଆ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’ ପାଇଁ ଓଟିଟି ପ୍ଲାଟଫର୍ମ ବିରୋଧରେ ମାନହାନି ମାମଲା ଦାୟର କରିଛି। ଏହି ୱେବ ସିରିଜରେ ଅଞ୍ଚନା ମିଶ୍ରଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଗଣଦୁଷ୍କର୍ମ ଘଟଣାର ମିଥ୍ୟା ଭାବେ ଦର୍ଶାଯାଇଥିବା ଅଭିଯୋଗ କରି ସେ ଭୁବନେଶ୍ୱର ସିଭିଲ ଜଜଙ୍କ କୋର୍ଟରେ ମାମଲା ଦାୟର କରିଛନ୍ତି।

ଅଞ୍ଜନାଙ୍କ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ତାଙ୍କ ପକ୍ଷରୁ ମାମଲା ଦାୟର କରି କହିଛନ୍ତି ଯେ ୱେବ୍ ସିରିଜ୍ ଜରିଆରେ ଅଞ୍ଜନାଙ୍କୁ ବଦନାମ କରିବା ପାଇଁ ସେ ଓଟିଟି ପ୍ଲାଟଫର୍ମଠାରୁ ୧୦ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି।

ୟୁଟ୍ୟୁବ୍, ଫେସ୍ ବୁକ୍ ଓ ଇନଷ୍ଟାଗ୍ରାମ୍ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଏହି ସିରିଜର ଟ୍ରେଲରରେ ୧୯୯୯ରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଘର୍ଷକୁ ଦର୍ଶାଯାଇଛି।

ଆଇନଜୀବୀ ବିଭୁ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି ଯେ ‘ବାରଙ୍ଗ ୧୯୯୯’ର ଟ୍ରେଲରରେ ଅଞ୍ଜନା ମିଶ୍ରଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଏଥିରେ (ୱେବ୍ ସିରିଜ୍ ର ଟ୍ରେଲର୍)ରେ ଏହି ଘଟଣାର କଳ୍ପନାତ୍ମକ ସଂସ୍କରଣ ରହିଛି। ଏହାର ନିର୍ମାତା ମାନେ କେବଳ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନାମ ବଦଳାଇ ଅମ୍ରିତା ପାଢୀ ରଖିଛନ୍ତି।

ଅଞ୍ଜନା ଗ୍ଲାସ୍ ଡ୍ରିମସ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡର କଞ୍ଚା ଲଙ୍କା, ଓଟିଟି ପ୍ଲାଟଫର୍ମର ସହପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ, ସହପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ, କ୍ୟାମେରା କୁଇନ୍ ପ୍ରଡକ୍ସନ, ଏହାର ପ୍ରତିଷ୍ଠାତା ହିମାଦ୍ରି ତନୟା ଦାସ, ୟୁଟ୍ୟୁବ୍ ଇଣ୍ଡିଆ, ମେଟା ଦ୍ୱାରା ବିକଶିତ ଫେସବୁକ ଏବଂ ଅର୍ଗସ ପ୍ରଥମ ବ୍ରଡକାଷ୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସମ୍ପାଦକଙ୍କୁ କଞ୍ଚା ଲଙ୍କାକୁ ଲିଗାଲ ନୋଟିସ ଜାରି କରିଛନ୍ତି।

କଞ୍ଚା ଲଙ୍କାର ଅଧ୍ୟକ୍ଷ ତଥା ସହ ପ୍ରତିଷ୍ଠାତା ଅକ୍ଷୟ ପରିଜା କହିଛନ୍ତି, ଆମକୁ ଲିଗାଲ ନୋଟିସ୍ ମିଳିଛି, ଯାହାକୁ ଆମେ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ନିକଟରେ ମୁକ୍ତିଲାଭ କରିଥିବା ଆମର ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’ ଏକ କଳ୍ପନା ଏବଂ ଏଥିରେ କାହାରିକୁ ଖରାପ ଭାବରେ ଚିତ୍ରିତ କରାଯାଇନାହିଁ।

Leave A Reply

Your email address will not be published.