Latest Odisha News

BREAKING NEWS

ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ବହୁ ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳି ନ ଥିଲା । ଆଗକୁ ସେ ଫିଲ୍ମ ‘ଗଦର-୨’ରେ ନଜର ଆସିବେ । କିନ୍ତୁ ଅମିଷାଙ୍କ ବିରୋଧରେ ଚେକ ବାଉନ୍ସ ମାମଲା ଚାଲିଛି । ଯାହାକୁ ନେଇ ସେ ପ୍ରାୟତଃ କୋର୍ଟକୁ ଦୌଡ଼ୁଛନ୍ତି । ଏହି ମାମଲାରେ ସେ ସୋମବାର ରାଞ୍ଚି ସିଭିଲ କୋର୍ଟରେ ହାଜର ହୋଇଛନ୍ତି ।

ନିକଟରେ ଅମିଷା ପଟେଲ ରାଞ୍ଚି ସିଭିଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ , ଯେଉଁଠାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । କିନ୍ତୁ ସୋମବାର ପୁଣିଥରେ ତାଙ୍କୁ ଏହି ମାମଲାରେ ହାଜର ହେବାକୁ ପଡିଥିଲା । ଜଜ୍ ଡି.ଏନ ଶୁକ୍ଲାଙ୍କ ଆଗରେ ଅମିଷା ନିର୍ଦ୍ଦୋଷ ବୋଲି ନିଜର ଯୁକ୍ତି ରଖିଥିଲେ । ୨୦୧୮ ମସିହାରେ ଫିଲ୍ମ ନିର୍ମାତା ଅଜୟ କୁମାର ସିଂ ତାଙ୍କ ବିରୋଧରେ ଠକେଇ ଏବଂ ଚେକ ବାଉନ୍ସ ମାମଲା ଦାୟର କରିଥିଲେ ।

Comments are closed.