ମୁମ୍ବାଇ: ଫିଲ୍ମ ଗଦର-୨କୁ ନେଇ ବଲିଉଡର ନାୟିକା ଅମିଶା ପଟେଲ ଏବେ ଖୁବ୍ ଚର୍ଚ୍ଚାରୋ ଅଭିନେତା ସନ୍ନି ଦେୱଲ ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା ମଚାଉଛି । ଫିଲ୍ମଟି ଏତେ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ବି ଆଶା କରି ନ ଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ଗଦର ୨କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତିି । ସନ୍ନି ଦେଓଲ ଓ ଅମିଶା ଦୁବାଇରୁ ଲଣ୍ଡନ ପର୍ଯ୍ୟନ୍ତ ସବୁଆଡ଼େ ପ୍ରମୋସନ କରଛନ୍ତି । ଏସବୁ ଭିତରେ ଏବେ ଦର୍ଶକ ଅପେକ୍ଷା କରିଛନ୍ତି ‘ଗଦ୍ଦର ୩’କୁ । ଏହାକୁ ନେଇ ଅମିଶା ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।
ଅମିଶା ଏକ ସାକ୍ଷାତକାରରେ କହିଛନ୍ତି ‘ଗଦର ୩’କୁ ନେଇ ମୋ ପାଖରେ କିଛି ଆଇଡିଆ ନାହିଁ । ଏ ସର୍ମ୍ପକରେ କଥା ହେବା ଏବେ ହାସ୍ୟାସ୍ପଦ ହେବ । ଦର୍ଶକେ ଏବେ ଗଦର ୨ର ମଜା ଉଠାଉଛନ୍ତି । ଏବେ ଏହା ପୁଣିଥରେ ଇତିହାସ ରଚିବାକୁ ଯାଉଛି । ତେଣୁ ମୋତେ ଲାଗୁ ନାହିଁ କେହି ଏବେ ଗଦର ୩କୁ ନେଇ କିଛି ଚିନ୍ତା କରିଥିବେ । ସମସ୍ତେ ଏବେ ତାରା ସିଂ ଓ ସକିନାକୁ ଏକାଠି ଦେଖିବାକୁ ଉତ୍ସାହିତ ଅଛନ୍ତି । ଫିଲ୍ମକୁ ନେଇ ମିଳିଥିବା ରିଭ୍ୟୁ ବିଷୟରେ ବି ଅମିଶା କଥା ହୋଇଛନ୍ତି । ସେ କହିଛନ୍ତି, ଲୋକେ ଗଦର ୨ରେ ତାଙ୍କୁ ଏବଂ ସନ୍ନିଙ୍କୁ ଅଧିକ ସମୟ ସ୍କ୍ରିନରେ ଦେଖିବାକୁ ଚାହୁଁଥିଲେ ।
Comments are closed.