Latest Odisha News

BREAKING NEWS

ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାଁକୁ ପରିହାସ କଲେ ଡେଭିଡ୍‌

ଆମେରିକା: ରିପବ୍ଲିକାନ୍ ପାର୍ଟିର ସିନେଟର ଡେଭିଡ ପର୍‌ଡ୍ୟୁ ଜାଣିଶୁଣି ଡେମୋକ୍ରାଟିକ୍ ପାର୍ଟିର ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାମକୁ ପରିହାସ କରିଥିବା ସୂଚନା ମିଳିଛି। ଏହା ପରେ ହାରିସ୍‌ଙ୍କ ସମର୍ଥକମାନେ କ୍ରୋଧିତ ହୋଇ ଟ୍ୱିଟର୍‌ରେ ‘ମାଏ ନେମ୍‌ ଇଜ୍‌’ ଏବଂ ‘ଆଇ ଷ୍ଟାଣ୍ଡ୍‌ ୱିଥ୍‌ କମଲା’ ଭଳି ଗୋଟିଏ ପରେ ଗୋଟିଏ ଟୁଇଟ୍ ଆସିବାକୁ ଲାଗିଲା। ଯାହା ପରେ ଏହା ଏକ ହାସ୍‌ଟ୍ୟାଗ୍‌ ଟ୍ରେଣ୍ଡ୍‌ରେ ପରିଣତ ହୋଇଗଲା।

ସୂଚନାଯୋଗ୍ୟ ଡେଭିଡ୍‌ ରାଲି ସମୟରେ ଅନେକ ବାର ହାରିସ୍‌ଙ୍କ ନାମକୁ ଉଚ୍ଚାରଣ କରି ଏହାର ମଜାକ୍‌ ଉଡାଇଥିଲେ। ଡେଭିଡ୍‌ ରାଲିରେ ହାରିସଙ୍କୁ ପରିହାସ କରି କହିଥିଲେ ଯେ ‘କହ-ମହ-ଲା’?। ‘କହ-ମହ-ଲା’ ଏହା କେଉଁ ପ୍ରକାର ନାମ ଜଣାନାହିଁ। ଏହା ପରେ ରାଲିରେ ଉପସ୍ଥିତ ଲୋକମାନେ ହସିବାକୁ ଲାଗିଥିଲେ। ଏହାପରେ ସମ୍ପୂର୍ଣ୍ଣ ଘଟଣାକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏଥିସହିତ ଟ୍ୱିଟର୍‌ରେ ଡେଭିଡ୍‌ଙ୍କ ବିରୋଧରେ କରାଯାଇଥିବା ଟ୍ୱିଟ୍‌ରେ ତାଙ୍କ ମୁଖପାତ୍ର କହିଛନ୍ତି ଯେ ସେ କୌଣସି ନାଁ କି କାହାକୁ ପରିହାସ କରୁନାହାଁନ୍ତି, ସେ ପ୍ରକୃତରେ ହ୍ୟାରିସଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ ହାରିସ୍‌ଙ୍କ ନାମକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପ୍ରଥମ ଘଟଣା ନୁହେଁ।

Leave A Reply

Your email address will not be published.