Latest Odisha News

BREAKING NEWS

ସ୍ୱାମୀଙ୍କ ଦୋକାନ ଆଗରେ ସ୍ତ୍ରୀ ଓ ପୁଅ ଉପରେ ଚଢ଼ିଗଲା ଟ୍ରକ୍

ସମ୍ୱଲପୁର: ଅଭାବନୀୟ ଓ ଦୁଃଖଦ ଘଟଣା । ମୃତ୍ୟୁର ବାହକ ସାଜିଲା ଟ୍ରକ । ମାଆ ଓ ପୁଅ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲା ପଡ଼ିଆବାହଳରେ ।

ମୃତକମାନେ ହେଲେ ଆଲ୍ଲାଦିନ ମେହେର ଓ ତାଙ୍କର ତିନିବର୍ଷର ପୁଅ ପ୍ରିୟାଂଶୁ ମେହେର । ପଡିଆବାହାଳ ସାପ୍ତାହିକ ହାଟକୁ ମାଆ, ପୁଅ ଆସିଥିଲେ । ରାସ୍ତା ପାର ହେଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ପୋଲିସ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖିଛି ।

ଆଶ୍ଚଯ୍ୟର କଥା, ସ୍ୱାମୀଙ୍କ ଦୋକାନ ଆଗରେ ସ୍ତ୍ରୀ ଓ ପୁଅ ଉପରେ ଟ୍ରକ୍ ମାଡ଼଼ି ଗଲା । କାହାର ଦୁର୍ଘଟଣା ହୋଇଛି ଦେଖିବାକୁ ଆସିଥିଲେ ଆଲ୍ଲାଦିନଙ୍କ ସ୍ୱାମୀ ଗୋବିନ୍ଦ ମେହେର । ଦୁର୍ଘଟଣାସ୍ଥଳରେ ନିଜ ସ୍ତ୍ରୀ ଓ ପିଲାର ମୃତଦେହ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଗୋବିନ୍ଦ ।

Leave A Reply

Your email address will not be published.