ୱାଶିଂଟନ: ଆମେରିକାରେ ମଝି ଆକାଶରେ ହେଲିକପ୍ଟର୍ ଦୁର୍ଘଟଣା। ହେଲିକପ୍ଟର୍ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା। ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଲା ହେଲିକପ୍ଟର୍। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ରେସ୍କ୍ୟୁ ଟିମ୍।
ଆମେରିକାର ମୈନହାଟନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୁରୁବାର ନ୍ୟୁୟର୍କର ହଡସନ ନଦୀରେ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ପିଲାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣା ଲୋୟର ମୈନହାଟନ ଏବଂ ଜର୍ସି ସିଟି ମଧ୍ୟରେ ଘଟିଛି। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ନ୍ୟୁୟର୍କ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ପାଇଲଟ୍ ଏବଂ ପାଞ୍ଚ ଜଣିଆ ଏକ ସ୍ପାନିସ୍ ପରିବାର ଅନ୍ତର୍ଭୁକ୍ତ। ନ୍ୟୁୟର୍କ ପୋଲିସ ବିଭାଗ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି, “ୱେଷ୍ଟ ସାଇଡ୍ ହାଇୱେ ଏବଂ ସ୍ପ୍ରିଙ୍ଗ ଷ୍ଟ୍ରିଟ୍ ନିକଟରେ ହଡସନ ନଦୀରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।”
ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ରହିଥିବା ଦେଖାଯାଉଛି। ଦୁର୍ଘଟଣା ସମୟରେ ଆକାଶ ମେଘୁଆ ଥିଲା, ପ୍ରାୟ ୧୦ ରୁ ୧୫ ଘଣ୍ଟା ବେଗରେ ପବନ ବହିଥିଲା। ହାଲୁକା ବର୍ଷା ହେବାର ସମ୍ଭାବନା ଥିଲା। ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ଏହା ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ସହିତ କାମ କରୁଛି।
Comments are closed.