Latest Odisha News

ହେଲିକପ୍ଟରକୁ ଧକ୍କା ଦେଲା ବିମାନ, ୩ ମୃତ

ନୂଆଦିଲ୍ଲୀ: ଆମେରିକାରେ ବଡ଼ଧରଣର ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଧକ୍କା ହେଲା ବିମାନ । ବିମାନଟି ଅବତରଣ କରିବା ସମୟରେ ହେଲିକପ୍ଟରକୁ ଧକ୍କା ଦେଇଥିଲା। ୱାଶିଂଟନ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ରୋନାଲ୍ଡ ରେଗନ ଏୟାରପୋର୍ଟ ଘଟିଛି ଏହି ଘଟଣା । ଦୁର୍ଘଟଣା ପରେ ବିମାନଟି ପୋଟୋମେକ୍ ନଦୀକୁ ଖସି ପଡିଥିଲା। ବିମାନରେ ୬୦ ଜଣ ଯାତ୍ରୀ ଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଆସୁଥିଲା। ଆମେରିକା ହ୍ଵାଇଟ ହାଉସ ନିକଟ ରୋନାଲ୍ଡ ରେଗନ ଏୟାରପୋର୍ଟରେ ବିମାନଟି ଅବତରଣ କରିବା ସମୟରେ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ହେଲିକପ୍ଟର ସହ ବିମାନ ଧକ୍କା ପରେ ବିମାନଟି ପୋଟୋମିକ ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଥିଲା। ଦୁର୍ଘଟଣା ପରେ ପୋଟୋମେକ ନଦୀରେ ରେସକ୍ଯୁ ଅପରେସନ ଜାରି ରହିଛି। ପୋଟୋମେକ୍ ନଦୀ ବରଫ ପରି ଜମି ରହିଥିବାରୁ ଯାତ୍ରୀଙ୍କ ବଞ୍ଚିବା ଆଶା କମ୍ ରହିଛି। ସେପଟେ ଉଡ଼ାଣ ଭରିବାକୁ ଥିବା ସମସ୍ତ ବିମାନ ବାତିଲ କରାଯାଇଛି ।

ତେବେ ଏହା ଏକ କାନାଡିଆନ୍ ଏୟାର ବିମାନ ଥିଲା ।କିନ୍ତୁ ଯେଉଁ ହେଲିକପ୍ଟର ସହିତ ବିମାନଟି ଧକ୍କା ହୋଇଥିଲା ତାହା ଆମେରିକାର ସେନା ହେଲିକପ୍ଟର ଥିଲା । ଦୁର୍ଘଟଣା ପରେ ରେଗାନ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ହୋଇଯାଇଛି। ଅନ୍ୟପଟେ ହ୍ବାଇଟ ହାଉସ୍ ଠାରୁ ବିମାନବନ୍ଦରର ଦୂରତା ୩ କିଲୋମିଟରରୁ କମ୍ ଅଟେ । ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସେତେବେଳେ ଟ୍ରମ୍ପ ହ୍ବାଇଟ ହାଉସରେ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି ।

Comments are closed.