ନୂଆଦିଲ୍ଲୀ: ଲୋକମାନେ ସବୁବେଳେ ବିବାହ କରିବା ପାଇଁ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖରେ ବିତାଇବା ପାଇଁ ଏକ ଉପଯୁକ୍ତ ସାଥୀଟିଏ ଖୋଜନ୍ତି। କିନ୍ତୁ ଆମେରିକାର ଜଣେ ମହିଳା ଉପଯୁକ୍ତ ଜୀବନସାଥୀଟିଏ ଖୋଜିବା ପାଇଁ ଏପର୍ଯ୍ୟନ୍ତ ୧୦ ଥର ବିବାହ କରିସାରିଲେଣି। ଆଶ୍ଚର୍ଯ୍ୟର କଥା, ସେ ପୂର୍ବରୁ କେତେ ଥର ବିବାହ କରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେ କେତେ ଥର ବିବାହ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ତାଙ୍କୁ କେବଳ ତାଙ୍କ ମନର ମଣିଷଟିଏ ଲୋଡା।
ଉପଯୁକ୍ତ ଜୀବନସାଥୀ ସନ୍ଧାନରେ ୧୦ ଟି ବିବାହ କରିଥିବା ମହିଳାଙ୍କ ନାମ ହେଉଛି କେସି। ସେ ଆମେରିକାର ନ୍ୟୁୟର୍କ ସିଟିରେ ରୁହନ୍ତି। ନିକଟରେ ସେ ଆମେରିକାର ପ୍ରସିଦ୍ଧ ଟିଭି ଶୋ ‘ଡ। ଫିଲ୍ ଶୋ’ରେ ଏହା ପ୍ରକାଶ କରିଛନ୍ତି। ସେ ଜଣେ ସଫଳ ବ୍ୟବସାୟୀ ଭାବରେ ଏହି ଶୋ’ରେ ଯୋଗ ଦେଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ।
୫୬ ବର୍ଷିୟ କେସି କହିଛନ୍ତି ଯେ ସେ ନିକଟରେ ତାଙ୍କର ଦଶମ ବିବାହ ସମାପ୍ତ କରିଛନ୍ତି। କାରଣ ସେ ତାଙ୍କ ପୂର୍ବ ବିବାହ ସମ୍ପର୍କକୁ ନେଇ ଖୁସି ନଥିଲେ। ବର୍ତ୍ତମାନ ସେ ଏକ ନୂଆ ସାଥୀ ଖୋଜୁଛନ୍ତି। କେସି ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସବୁଠାରୁ ଦୀର୍ଘତମ ବିବାହ ୮ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା ଏବଂ ସବୁଠାରୁ କମ୍ ୬ ମାସ ପର୍ଯ୍ୟନ୍ତ ଚାଲିଥିଲା।
କେସି କହିଛନ୍ତି ଯେ ୧୦ଟି ବିବାହ କରିବା ତାଙ୍କ ପାଇଁ ଗର୍ବର ବିଷୟ ନୁହେଁ, କିନ୍ତୁ ସେ ନିଜକୁ ଅସନ୍ତୁଷ୍ଟ ରହିପାରିବେ ନାହିଁ। ଯେଉଁ ସମ୍ପର୍କକୁ ନେଇ ସେ ଖୁସି ନୁହଁନ୍ତି ତାକୁ ନେଇ ଆଗକୁ ବଢିପାରିବେ ନାହିଁ। ଏହାଛଡା ସେ ସିଧାସଳଖ ତାଙ୍କ ସାଥୀଙ୍କୁ କୁହନ୍ତି ଯେ ମୁଁ ଛାଡପତ୍ର ଚାହୁଁଛି କାରଣ ମୁଁ ଖୁସି ନୁହେଁ। ସେ କହିଛନ୍ତି ଯେ ତାଙ୍କର ଅଧିକ ସମୟ ଧରି ପ୍ରଥମ ବିବାହ ୮ ବର୍ଷ, ଦ୍ୱିତୀୟ ୭ ବର୍ଷ ଏବଂ ତୃତୀୟ ଅଢେଇ ବର୍ଷ ତିଷ୍ଠି ପାରିଥିଲା।
Comments are closed.