Latest Odisha News

BREAKING NEWS

ଭିନ୍ନ ପ୍ରତିବାଦ, ଜାଳିଦେଲେ ୨.୪୨ କୋଟି ମୂଲ୍ୟର ମର୍ସିଡିଜ୍ ଗାଡି !

ଭୁବନେଶ୍ୱର: ଏକ ଚକିତକର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଋଷିଆ ଦେଶ । ଜଣେ ୟୁଟ୍ୟୁବର୍ ନିଜ ଦାମୀ ତଥା ଇମ୍ପୋର୍ଟେଡ୍ ଗାଡିରେ ନିଆଁ ଲଗାଇ ସୋସିଆଲ୍ ମିଡିଆରେ ଭିଡିଓଟିକୁ ଭାଇରାଲ୍ କରିଛନ୍ତି । ୟୁଟ୍ୟୁବର୍ ମିଖାଇଲ୍ ଲିଟ୍‌ଭିନ୍‌ଙ୍କର ୪.୯୭ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ଏଇ ନିକଟରେ ଏକ ଖୋଲା ପଡିବାରେ ସେ ନିଜ ଗାଡିକୁ ନିଆଁ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ।

ଜର୍ମାନୀ ନିର୍ମିତ ମର୍ସିଡିଜ ଗାଡି, ଯାହାର ଦାମ୍ ୨.୪୨ କୋଟି । ଏହି ଗାଡିକୁ କିଣି ମିଖାଇଲ ଅଛାଖାସା ନାକେଦମ ହୋଇଥିଲେ । ୨୦୧୯ରେ ଗାଡିଟି କିଣାହୋଇଥିଲାବେଳେ ବାରମ୍ବାର ଯାନ୍ତ୍ରିତ ତ୍ରୁଟି ଦେଖାଇଦେଇଥିଲା । ଏ ନେଇ ସର୍ଭିସ୍ ସେଣ୍ଟରରେ ଗାଡିଟି ଦୀର୍ଘ ୪୦ଦିନ ରହିବା ପରେ ବି ମିଖାଇଲଙ୍କ ସମସ୍ୟାର ସମାଧାନ ହୋଇନଥିଲା । ଶେଷରେ ପ୍ରତିବାଦ କରିବାକୁ ଯାଇ ମିଖାଇଲ ନିଜ ଦାମୀ ଗାଡିକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ସହ ଏହାର ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ । ଅକ୍ଟୋବର ୨୪ରେ ଭିଡିଓଟି ଅପଲୋଡ୍ ହୋଇଥିଲାବେଳେ ଏହାର ଭିୟର୍ସିପ ୧୧.୫ ମିଲିୟନରୁ ଅଧିକ ରହିଛି ।

Leave A Reply

Your email address will not be published.