Latest Odisha News

BREAKING NEWS

ନାଟୁ ନାଟୁ ଗୀତର ତାଳେ ତାଳେ ନାଚିଲେ ଆମେରିକୀୟ ପୋଲିସ

ମୁମ୍ବାଇ: ଓସ୍କାର ଜିତିବା ପରେ ନାଟୁ ନାଟୁ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ଏହି ଗୀତର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କାରଣ ଏଥିରେ କୌଣସି ଭାରତୀୟ ନାଚୁ ନାହାନ୍ତି, ନାଚୁଛନ୍ତି ଆମେରିକାର ପୋଲିସ ।

ଆମେରିକାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁନିଫର୍ମରେ ଥାଇ ଆମେରିକୀୟ ପୋଲିସ ଅଫିସର ନାଟୁ ନାଟୁ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓରୁ ଜଣାପଡୁଛି ଯେ, ଏହା ହୋଲି ସମୟରେ ପ୍ରସ୍ତୁତ ହୋଇଛି । ଭାରତୀୟଙ୍କ ରଙ୍ଗର ପର୍ବ ହୋଲି ମହୋତ୍ସବରେ ସାମିଲ ହେବା ସହ ଓସ୍କାର ଜିତିଥିବା ଭାରତୀୟ ଗୀତ ନାଟୁ-ନାଟୁ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏହି ପୋଲିସ । ଏହି ଭିଡ଼ିଓରେ ଆମେରିକାର ପୋଲିସଙ୍କ ମୁହଁରେ ଅହେତୁକ ଉତ୍ସାହ ଏବଂ ଖୁସି ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.