Latest Odisha News

BREAKING NEWS

ଅତାବିରା NAC ନିର୍ବାଚନ, ନାମାଙ୍କନରେ ବିଜେଡିର ଶକ୍ତି ପ୍ରଦର୍ଶନ

ବରଗଡ଼: ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନଏସି ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି ।

ଏହି ଅବସରରେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ନାମାଙ୍କନରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଇପିକଲ ନିଗମ ଅଧ୍ୟକ୍ଷ ପ୍ରଭାତ୍ୟ ଆଦିତ୍ୟ ମିଶ୍ର, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ସାମିଲ୍ ଥିଲେ ।

ଅଧ୍ୟକ୍ଷ ପଦ ସହ ସମସ୍ତ ୧୨ ଗୋଟି ୱାର୍ଡ ଲାଗି ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଦଳ ଅତାବିରା ଏନଏସି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନେତା । ଆସନ୍ତାକାଲି ନାମାଙ୍କନର ଶେଷ ଦିନ ରହିଛି ।

Leave A Reply

Your email address will not be published.