Latest Odisha News

BREAKING NEWS

ଆଜି ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ: ଚାଇନା, ଆତଙ୍କବାଦ ଉପରେ ହେବ ଆଲୋଚନା, ପ୍ରତିରକ୍ଷା ଡିଲ୍ ଉପରେ ମଧ୍ୟ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ । ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ । ଗସ୍ତ ସମୟରେ ଅଷ୍ଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ୍ ମୁଖପାତ୍ର ଜନ୍ ସାପେଲ୍ କହିଛନ୍ତି, ଭାରତ ସହ ଆମେରିକାର ରଣନୀତିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଅଷ୍ଟିନ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଚୀନ୍, ପାକିସ୍ଥାନ, ଆଫଗାନିସ୍ତାନ, ଆତଙ୍କବାଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ଏହି ଅବସରରେ ପ୍ରତିରକ୍ଷା ଚୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇପାରେ । ଆଫଗାନିସ୍ତାନ ଏବଂ ପାକିସ୍ଥାନ ଉପରେ ବିଡେନ ପ୍ରଶାସନର ନୀତି ବିଷୟରେ ଅଷ୍ଟିନ ମଧ୍ୟ ଭାରତକୁ ଜଣାଇବେ । 

ଆମେରିକୀୟ ବିଶେଷଜ୍ଞ ଲିସା କାର୍ଟିସ କହିଛନ୍ତି ଯେ ଆମେରିକା ଚୀନ୍ ଉପରେ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରୁଛି । ଆମେରିକା ଚୀନ୍ କୁ ଏମିତି ଏକ ଦେଶ ଭାବରେ ଦେଖିବାକୁ ଚାହୁଁଛି ଯାହାର ବିସ୍ତାରବାଦି ନୀତିକୁ ସହଯୋଗ କରୁଥିବା ଦେଶମାନଙ୍କ ସହ ମିଶି ନଜର ରଖାଯାଇପାରିବ ।

Leave A Reply

Your email address will not be published.