Latest Odisha News

BREAKING NEWS

ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣାଯିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୬ ଦିନ ପରେ ଚାଲିଛି ଗୃହ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଗତବର୍ଷ ଅପେକ୍ଷା ୧୮ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ସୁଦ୍ଧା କିଣାଯିବ । ଏବେ ଧାନ କିଣା ଜାରି ରହିଛି । ଏଯାଏଁ ୬୧.୨୪ ଲକ୍ଷ ମେଟ୍ରିକ ଟନ୍ କିଣା ଯାଇଛି । ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି । ଟୋକନ ଲ୍ୟାପ୍ସ, ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗରେ ଧାରଣାରେ ବସିଥିଲେ କଂଗ୍ରେସ ବିଧାୟକ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଜେପି ବିଧାୟକ ଗୃହ ତ୍ୟାଗ କରିଥିଲେ । ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡାକିଥିଲେ ।

Leave A Reply

Your email address will not be published.