Latest Odisha News

BREAKING NEWS

ଭାରତ-ଆମେରିକା ଯୁଦ୍ଧଭ୍ୟାସରେ ପାଦ ଥାପିଲା କରୋନା

ବିକାନେର: ଏଠାରେ ଭାରତ ଏବଂ ଆମେରିକା ମଧ୍ୟରେ ମିଳିତ ଯୁଦ୍ଧଭ୍ୟାସ ଚାଲିଛି । ତେବେ ଏଥିରେ ଯୋଗ ଦେଇଥିବା ୨୪୦ ଆମେରିକା ସୈନିକଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଥିବା ଜଣାପଡିଛି । ଏହି ସୈନିକଙ୍କୁ ଏବେ ଏକାନ୍ତବାସରେ ରଖାଯାଇଛି । ସୈନିକଜଣକଙ୍କ ଅନ୍ୟ କାହା ସଂସ୍ପର୍ଶରେ ଆସି ନାହାନ୍ତି ବୋଲି ଭାରତୀୟ ସେନାର ପ୍ରବକ୍ତା ଲେଫଟନାଂଟ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ।

ଏଠାକୁ ଆସିବା ପୂର୍ବରୁ ଆମେରିକାର ସମସ୍ତ ସେନାଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେତେବେଳେ କେହି ପଜିଟିଭ ବାହାରି ନ ଥିଲେ । ଯୁଦ୍ଧଭ୍ୟାସ ୮ ଫେବୃୟାରୀରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଅଭ୍ୟାସ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ ଶୈଳୀରେ କରାଯାଉଛି ।

Leave A Reply

Your email address will not be published.