Latest Odisha News

BREAKING NEWS

କାବୁଲରେ ଡ୍ୟାମ୍ ତିଆରି କରିବ ଭାରତ, ‘ଆଫଗାନିସ୍ତାନ ସହ ବନ୍ଧୁତ୍ୱ କେହି ଭାଙ୍ଗିପାରିବେ ନାହିଁ’: ମୋଦି

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ସମ୍ବୋଧନ କରିଛନ୍ତି । ସେ ନିଜ ସମ୍ବୋଧନରେ ବିଭିନ୍ନ କ୍ଷତ୍ରୀୟ ସମସ୍ୟା ଉପରେ ଜୋର୍ ଦେଇଛନ୍ତି । ଏହି ଆଲୋଚନାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶହତୁତ୍ ପ୍ରକଳ୍ପ ଡ୍ୟାମ୍ ବାବଦରେ ଚର୍ଚ୍ଚା ହୋଇଛି ।

ମୋଦୀ କହିଛନ୍ତି ଯେ, ଭାରତ ଓ ଆଫଗାନିସ୍ତାନର ଇତିହାସ ପରସ୍ପର ସହ ଜଡିତ । ଖାଦ୍ୟ-ପାନୀୟ ହେଉ ବା ସାହିତ୍ୟ ଉଭୟ ଗୋଟିଏ ଭାବନା ନେଇ ଆଗକୁ ବଢିଥାନ୍ତି । ଉଭୟ ଦେଶର ସମ୍ପର୍କ ନଦୀ ସହ ମଧ୍ୟ ଜଡିତ ରହିଛି ।

ମୋଦୀ ଆହୁରି କହିଛନ୍ତି, ଉଭୟ ଦେଶ ଲଗାତର ଭାବେ ବିକାଶ କ୍ଷେତ୍ରରେ ଦୀର୍ଘ ଦଶନ୍ଧି ଧରି କାମ କରୁଛନ୍ତି । ଭାରତ ଅନେକ ପ୍ରକଳ୍ପକୁ ନେଇ ଆଫଗାନିସ୍ତାନରେ କାମ କରୁଛି । ଏହା ଉଭୟ ଦେଶର ବନ୍ଧୁତ୍ୱକୁ ପ୍ରଦର୍ଶନ କରିଥାଏ । କୌଣସି ବାହ୍ୟ ଶକ୍ତି ଏହି ବନ୍ଧୁତ୍ୱକୁ ଭାଙ୍ଗି ପାରିବ ନାହିଁ । ଆଫଗାନିସ୍ତାନରେ ନିର୍ଦୋଷ ନାଗରିକଙ୍କୁ ଟାର୍ଗେଟ୍ କରାଯାଇଛି । ଶାନ୍ତିର ଆବଶ୍ୟକତା ରହିଛି । ହିଂସା ବନ୍ଦ ହେବା ଦରକାର । ଉଭୟ ଦେଶ ଆତଙ୍କବାଦ ବିରୋଧରେ ଲଢେଇ କରୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୮୬ ୟୁଏସ ମିଲିୟନ ଡଲାରରେ ଶହତୁତ ଡ୍ୟାମ୍ ନିର୍ମାଣ ହେବ । ଏହାକୁ ଭାରତ ନିର୍ମାଣ କରିବ । ଏହାଦ୍ୱାରା କାବୁଲର ଲୋକଙ୍କୁ ପିଇବା ପାଣି ଓ ଚାଷ ପାଇଁ ପାଣି ମିଳିଯିବ । ଏହାକୁ ନେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନୀ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଭାରତର ଭାକସିନ ସହଯୋଗକୁ ନେଇ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.