Latest Odisha News

ସ୍ୱିଜରଲାଣ୍ଡର ‘ସୁଇସାଇଡ୍ କ୍ୟାପସୁଲ’ : ପ୍ରଥମ ପ୍ରୟୋଗରୁ ହିଁ ବିବାଦ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡରେ ଏବେ ଚହଳ ପକାଇଛି ଆତ୍ମହତ୍ୟା ପାଇଁ ସହାୟକ ହେଉଥିବା ଏକ ମେସିନ । ସୁଇସାଇଡ୍ ବା ଆତ୍ମହତ୍ୟା କ୍ୟାପସୁଲକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବେଶ୍ ବିବାଦୀୟ ହୋଇପଡିଛି ସୁଇସାଇଡ୍ କ୍ୟାପସୁଲ । ସୁଇସାଇଡ କ୍ୟାପସୁଲର ସହାୟତା ନେଇ ଜଣେ ମହିଳା ଜୀବନ ହାରିଥିଲେ । ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଛି ସୁଇସାଇଡ୍ କ୍ୟାପସୁଲ୍ ।

ସୁଇସାଇଡ୍ ମେସିନର ପ୍ରୟୋଗ କରି ଜଣେ ୬୪ ବର୍ଷିୟା ଅସୁସ୍ଥ ମହିଳା ଆତ୍ମହତ୍ୟା କଲା ପରେ ସ୍ୱିଜରଲାଣ୍ଡରେ ସୃଷ୍ଟି ହୋଇଛି ହଟଚମଟ । ପ୍ରଥମଥର ପାଇଁ ସୁଇସାଇଡ କ୍ୟାପସୁଲର ବ୍ୟବହାର ହୋଇ ଜଣେ ମହିଳା ନିଜର ଜୀବନ ନେଇଛନ୍ତି । ବେଶ୍ ବିବାଦୀୟ ହୋଇଛି ଏହି ଘଟଣା । ମହିଳାଙ୍କ ଆତ୍ମହତ୍ୟାକୁ ଉସୁକାଇବା ଓ ସହାୟତା ଅଭିଯୋଗରେ କିଛି ଲୋକ ଗିରଫ ହୋଇଛନ୍ତି । ମାମଲାର ଯାଂଚ ଆରମ୍ଭ ହୋଇଛି ।  ନେଦରଲାଣ୍ଡ୍‌ସର ଆସିଷ୍ଟେଡ୍ ସୁଇସାଇଡ ଗ୍ରୁପ୍ ଏକଜିଟ୍ ଇଂଟରନ୍ୟାସନାଲ ପକ୍ଷରୁ ନିର୍ମିତ ହୋଇଛି ସୁଇସାଇଡ୍ କ୍ୟାପସୁଲ୍ ବା ସାର୍କୋ ପଡ୍ ।

ମହିଳାଙ୍କ ମୃତ୍ୟୁ ନେଇ କ୍‌ମ୍ପାନୀର ପ୍ରତିକ୍ରିୟା

ସୁଇସାଇଡ କ୍ୟାପସୁଲର ପ୍ରଥମ ପ୍ରୟୋଗ କରି ଜଣେ ୬୪ ବର୍ଷିୟ ଆମେରିକୀୟ ମହିଳା ଜୀବନ ହାରିବା ପରେ ବିବାଦ ସୃଷ୍ଟି ହୋଇଛି । ବିବାଦ ପରେ ପ୍ରତିକ୍ରିୟା ରଖିଛି ଏକଜିଟ୍ ଇଂଟରନ୍ୟାସନାଲ୍ । ମେସିନ ଜରିଆରେ ଆତ୍ମହତ୍ୟା କରିଥିବା ମହିଳା ଜଣକ ଗୁରୁତର ଅସୁସ୍ଥ ଥିଲେ । ସିଭିୟର ଇମ୍ୟୁନ କମ୍ପ୍ରୋମାଇଜ୍‌ରେ ପୀଡିତ ଥିଲେ ସଂପୃକ୍ତ ମହିଳା । ସଂପୃକ୍ତ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅତି ଦୁର୍ବଳ ହୋଇଯାଇଥିଲା । ମହିଳା ଜଣକ ସାର୍କୋ ପଡ୍ ବା ସୁଇସାଇଡ କ୍ୟାପସୁଲ ବ୍ୟବହାର କରି ଜୀବନ ହାରିଥିଲେ । ମହିଳାଙ୍କ ମୃତ୍ୟୁ ବେଳେ ଏକଜିଟ୍ ଇଂଟରନ୍ୟାସନାଲର ସହଯୋଗୀ କମ୍ପାନି ସ୍ୱିଜରଲାଣ୍ଡର ଦି ଲାଷ୍ଟ ରିସୋର୍ଟର ସହ ଅଧ୍ୟକ୍ଷ ଫ୍ଲୋରିୟନ ଭିଲେଟ୍ ଉପସ୍ଥିତ ଥିଲେ । ଆମେରିକୀୟ ମହିଳାଙ୍କ ମୃତ୍ୟୁ ବିନା ଯନ୍ତ୍ରଣା ଓ ଶାନ୍ତିପୂର୍ଣ୍ଣ ଭାବେ ହୋଇଥିଲା । ସୁଇସାଇଡ୍ କ୍ୟାପସୁଲ୍ ଠିକ୍ ଭାବେ କାର୍ଯ୍ୟ କରିଛି ବୋଲି ମୂଳ କମ୍ପାନି କହିଛି । ହେଲେ ଅଭିଯୋଗ ହୋଇଛି ଯେ, ଆମେରିକୀୟ ମହିଳାଙ୍କୁ ସୁଇସାଇଡ କ୍ୟାପସୁଲ ବ୍ୟବହାର କରି ଆତ୍ମହତ୍ୟା ପାଇଁ ଉସୁକା ଯାଇଥିଲା । ଆଉ ଏଥିପାଇଁ ହିଁ ବିବାଦ ସୃଷ୍ଟି ହୋଇଛି ।

ସ୍ୱିଜରଲାଣ୍ଡରେ ଆସିଷ୍ଟେଡ୍ ସୁଇସାଇଡକୁ ଅନୁମତି

ସ୍ୱିଜରଲାଣ୍ଡରେ ଆସିଷ୍ଟେଡ୍ ସୁଇସାଇଡକୁ ସର୍ତ୍ତମୂଳକ ଭାବେ ଅନୁମତି ମିଳିଛି । ଯଦି କିଏ ଜୀବନ ହାରିବାକୁ ଚାହାନ୍ତି, ତାହା ହେଲେ ଏଥିରେ ତାଙ୍କୁ ସହାୟତା କରୁଥିବା ଲୋକଙ୍କ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ଯେପରି ନଥାଏ, ତାହା ସୁନିଶ୍ଚିତ ହେବା ଦରକାର । ସ୍ୱିଜରଲାଣ୍ଡରେ କିନ୍ତୁ ଇଚ୍ଛା ମୃତ୍ୟକୁ ଅନୁମତି ମିଳିନାହିଁ । ସ୍ୱିଜରଲାଣ୍ଡରେ ଅନେକ ସଂଗଠନ ଅଛନ୍ତି, ଯେଉଁମାନେ କି ଯେଉଁମାନେ ଜୀବନ ହାରିବାକୁ ଚାହୁଁଥିବା ଲୋକଙ୍କ ସହାୟତା କରନ୍ତି ।

କିପରି କାମ କରେ ସୁଇସାଇଡ କ୍ୟାପସୁଲ୍ ?

ନେଦରଲାଣ୍ଡସ କମ୍ପାନି ଏକଜିଟ୍ ଇଂଟରନ୍ୟାସନାଲ ପକ୍ଷରୁ ଉଦ୍ଭାବନ କରାଯାଇଥିବା ସୁଇସାଇଡ କ୍ୟାପସୁଲର ଅନ୍ୟ ନାମ ହେଲା ସାର୍କୋ ପଡ୍ । ଏହି କ୍ୟାପସୁଲ ବ୍ୟବହାର କରି ବିନା ଯନ୍ତ୍ରଣାରେ ଜଣେ ଜୀବନ ହାରିପାରିବ । କ୍ୟାପସୁଲର ଏମିତି ଡିଜାଇନ କରାଯାଇଛି ଯେ, ଜଣେ ଲୋକ ଆରାମରେ ରିକ୍ଲାଇନିଂ ସିଟ୍‌ରେ ବସିପାରିବ । ବସିଲା ପରେ କ୍ୟାପସୁଲ ସିଲ୍ ହୋଇଯିବ । କ୍ୟାପସୁଲ୍ ଭିତରେ ଏକ ବଟନ୍ ପ୍ରେସ କଲା ପରେ ନାଇଟ୍ରୋଜେନ୍ ଗ୍ୟାସ ନିର୍ଗତ ହୁଏ । ଗ୍ୟାସ ପ୍ରଭାବରେ ମାତ୍ର କିିଛି ମିନିଟରେ ବ୍ୟକ୍ତିର ମୃତ୍ୟୁ ହୁଏ ।

 

 

 

Leave A Reply

Your email address will not be published.