Latest Odisha News

BREAKING NEWS

କାର କିଣିବା ପାଇଁ ନବଜନ୍ମିତ ଶିଶୁପୁତ୍ର ବିକ୍ରୀ ଅଭିିଯୋଗ

କନୌଜ(ଉ.ପ୍ର): କରୋନା ସଂକ୍ରମଣଠୁ ବଳିଯାଇଛି ଏହି ଖବର । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ବି ପଛାଇନାହାଁନ୍ତି । ଉତ୍ତରପ୍ରଦେଶ କନୌଜରେ ଘଟିଥବା ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଛି ।

ଶିଶୁପୁତ୍ର ବିକ୍ରୀ ବିଷୟରେ ଜାଣିବା ପରେ ପିଲାଟିର ଜେଜେବାପା ଗୁରୁବାର ତିରୱା ଥାନାରେ ନିଜ ପୁଅବୋହୁଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୋଗ ଅନୁଯାୟୀ ମାତ୍ର ଦେଢ ଲକ୍ଷ ଟଙ୍କା ପାଇଁ ଦମ୍ପତ୍ତି ନିଜ ତିନିମାସର ଶିଶୁପୁତ୍ରକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରୟ କରିଥିଲେ ।

ତାଜା ରିପୋର୍ଟ ଅନୁଯାୟୀ ଶିଶୁଟି ଏବେ ବି ବ୍ୟବସାୟୀଙ୍କ ନିକଟରେ ଥିବାବେଳେ ପଚରାଉଚରା ପାଇଁ ଅଭିଯୁକ୍ତ ସ୍ୱାମୀସ୍ତ୍ରୀଙ୍କୁ ଥାନାକୁ ଡକାଯାଇଛି ।

Leave A Reply

Your email address will not be published.