Latest Odisha News

ପ୍ରସାଦରେ ପଶୁ ଚର୍ବି ପରେ ଏବେ ତମ୍ବାକୁ, ତେଜୁଛି ବିବାଦ

ଅମରାବତି: ତିରୁପତି ମନ୍ଦିର ପ୍ରସାଦ ନେଇ ଏବେ ତାତିଛି ଆନ୍ଧ୍ରପ୍ରଦେଶ ରାଜନୀତି । ଶାସକ ଓ ବିରୋଧୀ ଏହାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ହୋଇଛନ୍ତି । ଭକ୍ତଙ୍କ ଆବେଗଭ ମଧ୍ୟ ଏଥିରେ କୁଠାରଘାତ ହୋଇଛି । ଆନ୍ଧ୍ରର ନାଇଡୁ ସରକାର ତିରୁପତି ମନ୍ଦିର ପ୍ରସାଦ ତିଆରିରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ମହାଭିଯୋଗ ଆଣି ପୂର୍ବ ଜଗନ୍ନ ରେଡ୍ଡୀ ସରକାର ଘେରିଥିଲା । ସରକାରଙ୍କ ଏପରି ଅଭିଯୋଗ ପରେ ହାଇକୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଛି ୱାଇଏସଆର । ସେପଟେ ଆନ୍ଧ୍ର ସରକାର ପ୍ରସାଦକୁ ଯାଞ୍ଚ ପାଇଁ ଦେଇଛନ୍ତି ।

ଏହି ସବୁ ଭିତରେ ଏବେ ଏହିତ ପ୍ରସାଦ ବିବାଦ ନୂଆ ମୋଡ ନେଇଛି । ପଶୁ ଚର୍ବି ଆଉ ଅଏଲ ସତ୍ୟାସତ୍ୟ ଯାଞ୍ଚ ଭିତରେ ଏବେ ପ୍ରସାଦରୁ ବାହାରିଛି ତମ୍ବାକୁ ।  ପ୍ରସିଦ୍ଧ ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ ଅଭିଯୋଗ ପରେ ଏବେ ସେଥିରେ ତମାଖୁ ମିଳିଥିବା ଜଣେ ଭକ୍ତ ଅଭିଯୋଗ କରିଛନ୍ତି ।

ଖମ୍ମମ୍‌ ଜିଲ୍ଲାର ବାସିନ୍ଦା ଡୋନ୍ଥୁ ପଦ୍ମାବତୀ ନାମକ ଜଣେ ମହିଳା ତିରୁପତିର ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରୁ ପ୍ରସାଦ ଭାବେ ପାଇଥିବା ଲଡୁରେ ତମ୍ବାକୁ ପଡିଥିବା ଦେଖିବାକୁ ପାଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ,  ଗତ ୧୯ ତାରିଖରେ ସେ ଓ ତାଙ୍କ ପରିବାର ତିରୁପତି ଦର୍ଶନରେ ଯାଇଥିଲେ । ସେଠାକାର ପ୍ରସାଦ ସେବନ କରିବା ବେଳେ ପଦ୍ମାବତୀ ଲଡୁରୁ ଗୁଟ୍‌ଖା ଖଣ୍ଡ ଓ କାଗଜ ପାଇଥିଲେ । ଯାହାପରେ ସେ ଏନେଇ ମସ୍ତଙ୍କୁ ଜଣାଇଥିଲେ ।  ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହାସହିତ ଏହି ଘଟଣାରେ ପଦ୍ବାବତୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ପ୍ରସାଦରୁ ଏପରି ପ୍ରଦୂଷଣ ସାମଗ୍ରୀ ମିଳିବା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।

ସେପଟେ ଏହି ଘଟଣା ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଦେଇଛି । ପୂର୍ବରୁ ଲଡୁରେ ପଶୁ ଚର୍ବି ଓ ପିସ୍ ଅଏଲ ମିଳିଥିବାର ଅଭିଯୋଗ ଆସିବା ପରେ ଏବେ ତମାଖୁ ମିଶିବା ଖବର ଚାଞ୍ଚଲ୍ୟ ଖେଳାଇଛି। ଯାହା ପରେ ଏହି ବିବାଦ ଏବେ ତେଜିବାରେ ଲାଗିଛି ।

Leave A Reply

Your email address will not be published.