Latest Odisha News

BREAKING NEWS

ଭାରତ ବନାମ ଇଣ୍ଡିଆ: ଡାର୍ଟ ପ୍ଲସର ନୂଆ ପରିଚୟ ଭାରତ ଡାର୍ଟ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ କରି ‘ଭାରତ’ ରଖିବା ପାଇଁ ସରକାର ଏଯାବତ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି, କିନ୍ତୁ ଲଜିଷ୍ଟିକ୍ସ କୋରିଅର କମ୍ପାନୀ ‘ବ୍ଲୁ ଡାର୍ଟ’ ନିଜ କମ୍ପାନୀର ପ୍ରିମିୟମ ସେବା ଯୋଗାଉଥିବା ଡାର୍ଟ ପ୍ଲସର ନାମ ପରିବର୍ତ୍ତନ କରିସାରିଛି। ‘ଡାର୍ଟ ପ୍ଲସ୍’ରୁ ‘ଭାରତ ଡାର୍ଟ’କୁ ରିବ୍ରାଣ୍ଡ କରିଛି କମ୍ପାନୀ।

ବ୍ଲୁ ଡାର୍ଟ ବୁଧବାର ଦିନ ଏକ କମ୍ପାନୀ ଫାଇଲିଂରେ କହିଛି, ଏହି ରଣନୈତିକ ପରିବର୍ତ୍ତନ ବ୍ଲୁ ଡାର୍ଟର ଚାଲୁ ରହିଥିବା ଯାତ୍ରାରେ ଏକ ମାଇଲଖୁଣ୍ଟ ଭାବେ ଚିହ୍ନିତ ହୋଇଛି। ଯାହା ଭାରତର ବିବିଧ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହୋଇଛି।

ଏବେ ନିଷ୍ପତ୍ତିର ପରିବର୍ତ୍ତନ କରି ବ୍ଲୁ ଡାର୍ଟ କହିଛି ଯେ ଭାରତ ଡାର୍ଟକୁ ନିଜର ଏକ ସେବା ନାମ ପରିବର୍ତ୍ତନ କରିବାର ପଦକ୍ଷେପ ଏକ ବ୍ୟାପକ ଆବିଷ୍କାର ଏବଂ ଗବେଷଣା ପ୍ରକ୍ରିୟାରୁ ଆସିଛି। ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ସମସ୍ତ ଅଂଶୀଦାରମାନଙ୍କୁ ଏହି ପରିବର୍ତ୍ତନକାରୀ ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ କରୁଛି କାରଣ କମ୍ପାନୀ ଭାରତକୁ ବିଶ୍ୱ ଏବଂ ବିଶ୍ୱକୁ ଭାରତ ସହିତ ଯୋଡିବାରେ ଜାରି ରଖିଛି ବୋଲି ଏକ ବିବୃତିରେ କୁହାଯାଇଛି।

ବ୍ଲୁ ଡାର୍ଟ୍ ପରିଚାଳନା ନିର୍ଦ୍ଦେଶକ, ଓ୍ୱାଲଫୋର ମାନୁଏଲ୍ କହିଛନ୍ତି, ଏହି ରିବ୍ରାଣ୍ଡିଂ ଆମ ପାଇଁ ଏକ ରୋମାଞ୍ଚକର ପରିବର୍ତ୍ତନର ପ୍ରତିନିଧିତ୍ୱ କରୁଛି କାରଣ ଆମେ ଦେଶର କୋଣ ଅନୁକୋଣରେ ସେବା ଜାରି ରଖିଛୁ।

Comments are closed.