Latest Odisha News

ପାଣି ଘେରରୁ ବାହାରୁଛି ମାଲକାନଗିରି: ସୁଧୁରୁଛି ସ୍ଥିତି, ହେଲେ ଯୋଗାଯୋଗ ବିଚ୍ଛିନ୍ନ

ମାଲାକାନଗିରି: ଦୀର୍ଘ ୪୮ ଘଣ୍ଟା ପରେ ମାଲକାନଗିରି ଜିଲ୍ଲାରେ ସମସ୍ତ ପୋଲ ଓ ରାସ୍ତା ଉପରୁ ପାଣି ଖସିଛି ।ହେଲେ ସୁଧୁରିନି ସ୍ଥିତି । ଏବେ ବି ପାଣି କାଦୁଅରେ ଅନେକ ଅଞ୍ଚଳବାସୀ ହନ୍ତସନ୍ତ । ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ମାଲକାନଗିରିରେ ପାଣି ବିତ୍ପାତରେ ଧୋଇଯାଇଛି ଅନେକ ବ୍ରିଜ୍ । ବନ୍ୟା ପାଣିରେ ପୋଟେରୁ ପୋଲ ଧୋଇ ଯାଇଥିବାରୁ ମାଲକାନଗିରିରୁ ମୋଟୁକୁ ଯୋଗାଯୋଗ ସ୍ୱାଭାବିକ ହୋଇନପାରିନାହିଁ। ବନ୍ୟା ପାଣି ଯିବା ପରେ କ୍ଷତିଗ୍ରସ୍ତ ପୋଟେରୁ ପୋଲରେ ଯାତାୟତ ଠପ୍ ହୋଇଛି । କ୍ରକିଂଟ୍ ଧୋଇଯିବାରୁ ପୋଲ ଉପରେ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଛି । ଯେଉଁକାରଣରୁ ମାଲକାନଗିରି-କାଲିମେଳା ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି ।

Comments are closed.