Latest Odisha News

BREAKING NEWS

ପୁରୀ ଅଭିମୁଖେ ଭୁବନେଶ୍ବର ସାଂସଦ ଅପରାଜିତା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଓ ନିର୍ମାଣ ପ୍ରତିବାଦରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ଆନ୍ଦୋଳନ ସ୍ଥଗିତ ହେବା ପରେ ବି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଆସୁଥିବା ଜଣାଯାଇଛି ।  ତାଙ୍କ ସହ ସାଂସଦଙ୍କର ଅନେକ ସମର୍ଥକ ବି ପୁରୀ ଆସୁଥିବାର ସୂଚନା ରହିଛି । ଭୁବନେଶ୍ବର ସାଂସଦ ପୁରୀରେ ପହଞ୍ଚି ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ସାଂସଦ ଜଣାଇଛନ୍ତି।

ସେପଟେ ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିପକ୍ଷବାଦୀଙ୍କୁ ରାଲି କରିବାକୁ ଅନୁମତି ଦେଇନାହିଁ ଜିଲ୍ଲା ପ୍ରଶାସନ । ତା ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷାମଞ୍ଚକୁ ଦୀପଦାନ ଅନୁମତି ନମିଳିବା ସତ୍ତ୍ୱେ ଏହି ସଂଗଠନ କହିଛି, ଦୀପଦାନ ନ ହେଲେ ନାହିଁ, କିନ୍ତୁ ମହାପ୍ରଭୁଙ୍କ ପ୍ରକଳ୍ପ କାମ ସୁରୁଖୁରୁରେ ଶୀଘ୍ର ଶେଷ ହେଉ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆଜି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି ।

Leave A Reply

Your email address will not be published.