Latest Odisha News

BREAKING NEWS

ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩/୪ ରାଫାଲ ବିମାନ ସାମିଲ ହେବ

ନୂଆଦିଲ୍ଲୀ: ଚୀନ ବିପକ୍ଷରେ ଭାରତ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହି ଅବସରରେ ନଭେମ୍ବରରେ ଭାରତୀୟ ବାୟୁସେନାରେ ଆଉ ୩-୪ ରାଫାଲ ବିମାନ ସାମିଲ ହେବ । ରିପୋର୍ଟ ମୁତାବକ ନଭେମ୍ବର ପ୍ରଥମ ସପ୍ତାହରେ ଏହା ହରିୟାଣାର ଅମ୍ବାଲା ଏୟାରବେସରେ ପହଂଚିବ । ଜୁଲାଇ ୨୮ରେ ଏହି ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିଥିଲା । ସେପ୍ଟେମ୍ବର ୧୦ରେ ଏହାକୁ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ବିମାନ ପଂହଚିଲେ ଭାରତର ଏହି ଅତ୍ୟାଧୁନିକ ବିମାନ ସଂଖ୍ୟା ୮-୯ରେ ପଂହଚିବ । ବିମାନକୁ ଉଡାଇବା ପାଇଁ ପାଇଲଟଙ୍କୁ ଜୋରଦାର ପ୍ରଶିକ୍ଷଣ ଦିଆଯାଉଛି । ମାର୍ଚ୍ଚ ୨୦୨୧ ସୁଦ୍ଧା ସେମାନେ ଫ୍ରାନ୍ସରେ ତାଲିମ ଶେଷ କରିବେ ।

Leave A Reply

Your email address will not be published.