Latest Odisha News

BREAKING NEWS

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ଘଟଣା; ପୋଲିସ ବିରୁଦ୍ଧରେ ମାମଲା ଦାୟର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗ୍ରାମର ସୁଚନା ଅଧିକାର କର୍ମୀ ସତ୍ୟବ୍ରତ ଶତପଥିଙ୍କୁ ମରଣାନ୍ତକ ଆକ୍ରମଣ। ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନଗେନ୍ଦ୍ର ବିଶ୍ୱାଳ ସୁପାରି କିଲର ଲଗାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ। ଏନେଇ ରାଜ୍ୟମାନବାଧିକାର କମିଶନଙ୍କ ନିକଟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଓ ବାସୁଦେପୁର ପୁଲିସ ଆଇଆଇସି ବିଭାଗକୁ ପକ୍ଷଭୁକ୍ତ କରି ମାମଲା ରୁଜୁ ହୋଇଛି ।ରାଜ୍ୟ ମାନବାଧିକାର କମିଶନ ମାମଲାଟିକୁ ଗ୍ରହଣ କରିଥିବା ସୂଚନା ମିଳିଛି।

ସୂଚନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗ୍ରାମର ସୁଚନା ଅଧିକାର କର୍ମୀ ସତ୍ୟବ୍ରତ ଶତପଥି ।ବାସୁଦେବପୁର ବ୍ଲକ୍ ରୁ ବରଣ୍ଡୁଆ ଗ୍ରାମପଞ୍ଚାୟତରେ ହୋଇଥିବା ଅନିୟମିତତାକୁ ନେଇ ସତ୍ରବ୍ରତ ସୁଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ । ଯାହାଦ୍ୱାରା ସତ୍ୟବ୍ରତ ବରଣ୍ଡୁଆ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ନଗେନ୍ଦ୍ର ବିଶ୍ୱାଳଙ୍କ ରାଗର ଶିକାର ହୋଇଥିଲେ।

ସତ୍ୟବ୍ରତ ଗତ ୮ ତାରିଖ ଦିନ ୩.୪୦ ସମୟରେ ବାସୁଦେବ ପୁର ବଜାର ନିକଟ ଚେତନା ବଜାର ନିକଟରେ ଘରକୁ ଫେରିବା ସମୟରେ ପୂର୍ବରୁ ଯୋଜନାକରି ସତବ୍ରତକୁ ଆକ୍ରମଣ କରିବାକୁ ନଗେନ୍ଦ୍ର ଠିକ୍ କରିଥିବା ଭଡାଟିଆ ଗୁଣ୍ଡା ମାନେ ସତ୍ୟବ୍ରତକୁ ମରଣାନ୍ତକ ଆକ୍ରମଣ କରିଥିବା ସତ୍ୟବ୍ରତ ଲିଖିତ ଅଭିଯୋଗ କରିଥିଲେ ।

ଅନ୍ୟପଟେ ସତ୍ୟବ୍ରତଙ୍କ ଏପରି ଘଟଣା ପାଇଁ ଏସ.ପିଙ୍କୁ ଅଭିଯୋଗ କରିବାକୁ ଯାଇଥିବା ସୁଚନାଅଧିକାର କର୍ମୀଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ଏସପି ଭାଉଲେନ୍ସ କେଶ କରିବାକୁ ଧମକ ଦେଇଥିବା ଜାତୀୟ ମାନବାଧିକାର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାଦୁ ଓ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ନ୍ୟାୟ ଆଶା କରି ସତ୍ୟବ୍ରତ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇ ତାଙ୍କ ପ୍ରତି ହୋଇଥିବା ଆକ୍ରମଣ ଓ ଜୀବନ ପ୍ରତି ଥିବା ବିପଦକୁ ଦର୍ଶାଇଛନ୍ତି।

Leave A Reply

Your email address will not be published.