Latest Odisha News

BREAKING NEWS

ପୁଣି ବିବାଦରେ କଲ୍ୟାଣ ବାନାର୍ଜୀ: ସାଧାରଣ ସଭାରେ କଲେ ଧନଖଡ ଓ ମୋଦିଙ୍କ ମିମିକ୍ରି

ନୂଆଦିଲ୍ଲୀ:ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ପୁଣି ଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିଛନ୍ତି । କଲ୍ୟାଣ ଚକ୍ରବର୍ତ୍ତୀ ସଂସଦୀୟ କ୍ଷେତ୍ର ଶ୍ରୀରାମ ପୁରରେ ଏକ ସଭାରେ ଧନଖଡଙ୍କର ପୁଣି ମିମିକ୍ରି କରିଛନ୍ତି । ଖାଲି ଧନଖଡଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ମିମିକ୍ରି କରିଛନ୍ତି ।

ସଭାରେ କଲ୍ୟାଣ ବାନାର୍ଜୀ କହିଛନ୍ତି, ମୁଁ ତ ପାର୍ଲାମେଣ୍ଟ ବାହାରେ ମିମିକ୍ରି କରିଥିଲି । ହେଲେ ପ୍ରଧାନମନ୍ତ୍ରୀ ମୋଦି ତ ସଂସଦ ଭିତରେ ମିମିକ୍ରି କରିଥିଲେ । ସେ ଧନଖଡଙ୍କ ଉପରେ ଅଭଯୋଗ ଆଣି କହିଥିଲେ, ଏକ ସାଧାରଣ କଥାକୁ ନେଇ ଦେଶରୁ ବିଦେଶ ସବୁଠି କାନ୍ଦିଲେ । ସେ ତାଙ୍କର ତୁଳନା ସ୍କୁଲର ଛୋଟ ପିଲାଙ୍କ ସହ କରିଥିଲେ ।

କଲ୍ୟାଣ ବାନାର୍ଜୀ ଅଭିଯୋଗ ଆଣି କହିଛନ୍ତି, ଉପରାଷ୍ଟ୍ରପତି ଧନଖଡ ନିଜ ପଦର ଗରିମା ନଷ୍ଟ କରୁଛନ୍ତି । ସେ ପଦ ଲୋଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ଦେବା ବଦଳରେ ତାଙ୍କ ସାମ୍ନାରେ ସମର୍ପଣ କରି ଦେଇଛନ୍ତି । ଧନଖଡ ନିଜକୁ ଜଣେ ଚାଷୀର ପୁଅ ବୋଲି କହିବା ପ୍ରସଙ୍ଗକୁ ନେଇ ମଧ୍ୟ କଲ୍ୟାଣ ବାନାର୍ଜୀ ତାଙ୍କୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ, ଧନଖଡଙ୍କ ପାଖରେ ଯୋଧପୁରରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି ।ଦିଲ୍ଲୀରେ ଆଲିଶନ କୋଠା ରହିଛି । ସେ ପ୍ରତିଦିନ ଲକ୍ଷାଧିକ ଟଙ୍କାର ସୁଟ ପିନ୍ଧୁଛନ୍ତି । ଏହା ବ୍ୟତୀତ ଚାଷୀ କନ୍ୟା ସାକ୍ଷୀ ମଲ୍ଲିକଙ୍କ ସନ୍ନ୍ୟାସ ଏବଂ ବଜରଙ୍ଗ ପୁନିଆଙ୍କ ପଦ୍ମଶ୍ରୀ ଫେରାଇବା ଉପରେ ଉପରାଷ୍ଟ୍ରପତିଙ୍କ ନୀରବତାକୁ ନେଇ ମଧ୍ୟ ବାନାର୍ଜୀ ପ୍ରଶ୍ନ କରିଥିଲେ ।

ସେ ସଂସଦର ସୁରକ୍ଷା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । କଲ୍ୟାଣ ସିଂ କହିଥିଲେ, କେବଳ ଇତିହାସ ପୃଷ୍ଟା ଉପରେ ନିଜର ନାଁ ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ନିର୍ମାଣ କରିଥିଲେ । ହେଲେ ଏହା ବଦଳରେ ସେ ସାଂସଦଙ୍କ ସୁରକ୍ଷା ସହିତ କମ୍ପରମାଇଜ କରିଥିଲେ । ଜଣେ ବିଜେପି ସାଂସଦ ଯାହାଙ୍କ ନାଁରେ ଦୁଇଜଣ ପାସ ପାଇଥିଲେ । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ୧୪୬ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।ଉପ ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଏକ ଆାର୍ଟ ବୋଲି କହି ସେ ଧନଖଡଙ୍କୁ ଏକ ଛୋଟ ସ୍କୁଲ ପିଲା ପରି ସାଧାରଣ କଥାକୁ ନେଇ ବଡ ଇସ୍ୟୁ କରୁଛନ୍ତି ବୋଲି କହିଥିଲେ ।

Comments are closed.