Latest Odisha News

ଆସନ୍ତୁ ଜାଣିବା କିପରି ଭାବେ ସ୍ୱାସ୍ଥ୍ୟକର୍ମୀ, କରୋନା ଆକ୍ରାନ୍ତଙ୍କ ମନୋବଳ ବଢ଼ାଯାଉଛିି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତ କଫ୍ୟୁର ଘୋଷଣା କରିଛନ୍ତି । ଏହା ମଧ୍ୟରେ ସନ୍ଧ୍ୟା ୫ଟା ବେଳେ ନିଜ ଘର ବାଲକୋନୀ କିମ୍ବା ଛାତ ଉପରେ କରୋନା ଆକ୍ରାନ୍ତ ଏବଂ ସେମାନଙ୍କୁ ସହଯୋଗ କରୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟ ଅଧିକାରୀମାନଙ୍କ ପାଇଁ ତାଳି ବଜାଇବା ପାଇଁ ମଧ୍ୟ ମୋଦି କହିଛନ୍ତି । ସ୍ପେନରେ ମଧ୍ୟ ରାତି ୧୦ଟା ବେଳେ ସମସ୍ତ ନାଗରିକ ନିଜ ଘର ଝରକା ଖୋଲି ତାଳି ବଜାଇ ମନୋବଳ ବଢ଼ାଉଛନ୍ତି । କରୋନାରେ ସ୍ପେନରେ ଏ ପର୍ଯ୍ୟନ୍ତ ୮୫୦ ପାଖାପାଖି ଲୋକ ମୃତ୍ୟୁବରଣ କରିସାରିଛନ୍ତି । ସେଥିପାଇଁ ସ୍ଥାନୀୟ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ସେହିପରି ଇଟାଲୀ ଏବଂ ଇସ୍ରାଏଲରେ ମଧ୍ୟ ସମାନ ଢ଼ଙ୍ଗରେ ନାଗରିକମାନେ କରୋନା ଆକ୍ରାନ୍ତ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଉଛନ୍ତି ।

Comments are closed.