Latest Odisha News

BREAKING NEWS

ଚାରିଆଡେ ଏବେ ଚର୍ଚ୍ଚା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ଅମିତ ଶାହ ସୋଶିଆଲ ମିଡିଆରେ କଲେ କ୍ଷମାପ୍ରାର୍ଥନା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଉଷ୍ମତା ମଧ୍ୟରେ ଏକ ଭିନ୍ନ ତଥା ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ନିଜର ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ପହଞ୍ଚିବାରେ ବିଳମ୍ବ ହେବାରୁ ନିଜ ସମର୍ଥକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସିଧାସଳଖ କ୍ଷମା ମାଗିଛନ୍ତି । ନେତାମାନେ ସାଧାରଣତଃ ରାଲିକୁ ବିଳମ୍ବରେ ଆସିବା ଏକ ସାଧାରଣ କଥା ହୋଇଥିବା ବେଳେ, ଦେଶର ଗୃହମନ୍ତ୍ରୀଙ୍କ ଏହି ବଡ଼ପଣ ଏବେ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟୁଛି ।

ସୂଚନା ଅନୁଯାୟୀ, ଗୁରୁବାର ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଅମିତ ଶାହ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । କିନ୍ତୁ ଅନେକଗୁଡ଼ିଏ ରାଲି ଏବଂ ପ୍ରଚାର କାର୍ଯ୍ୟକ୍ରମ ଥିବାରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆୟୋଜିତ ଜନସଭାରେ ପହଞ୍ଚିବାରେ ତାଙ୍କୁ ଢେର୍ ବିଳମ୍ବ ହୋଇଥିଲା । ପ୍ରବଳ ଖରା ଏବଂ ଗହଳି ସତ୍ତ୍ୱେ ହଜାର ହଜାର ସମର୍ଥକ ତାଙ୍କୁ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ।

ସଭାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କର ଏହି ଭଲପାଇବା ଦେଖି ଅମିତ ଶାହ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ । କେବଳ ମଞ୍ଚ ଉପରେ ନୁହେଁ, ବରଂ ରାଲି ସରିବା ପରେ ସେ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଲୋକଙ୍କୁ କ୍ଷମା ମାଗିଥିଲେ ।

ସେ ନିଜ ପୋଷ୍ଟରେ ଲେଖିଥିଲେ, “କୋଲକାତାରେ ଆୟୋଜିତ ଏହି ସଭାରେ ପହଞ୍ଚିବାରେ ମୋତେ କିଛି ଘଣ୍ଟା ବିଳମ୍ବ ହୋଇଗଲା । କିନ୍ତୁ ପ୍ରବଳ ଗରମ ଓ ଖରା ସତ୍ତ୍ୱେ ଆପଣମାନେ ଯେଉଁଭଳି ଭାବରେ ମୋ ପାଇଁ ଅପେକ୍ଷା କରି ରହିଥିଲେ, ତାହା ଦେଖି ମୁଁ ଅଭିଭୂତ । ଏହି ଅସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି । ଆପଣଙ୍କର ଏହି ଭଲପାଇବା ଓ ଉତ୍ସାହ ହିଁ ଭାରତୀୟ ଜନତା ପାର୍ଟିର ପ୍ରକୃତ ଶକ୍ତି ।”

ଗୃହମନ୍ତ୍ରୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ମାତ୍ର କିଛି ସମୟ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ତାଙ୍କର ଏହି ନମ୍ରତାକୁ ନେଇ ବେଶ୍ ସକାରାତ୍ମକ ଚର୍ଚ୍ଚା ହେଉଛି। ନିର୍ବାଚନୀ ବାତାବରଣରେ ଜଣେ ତୁଙ୍ଗ ନେତା ନିଜ ସମର୍ଥକଙ୍କ ସମୟର ମୂଲ୍ୟ ବୁଝିବା ଏବଂ ସାଧାରଣ ମଣିଷ ଭଳି ଭୁଲ୍ ସ୍ୱୀକାର କରିବା ଘଟଣା, ବେଙ୍ଗଲ ରାଜନୀତିରେ ବିଜେପି ପାଇଁ ଏକ ଭଲ ସମ୍ପର୍କ ସ୍ଥାପନର ମାଧ୍ୟମ ପାଲଟିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave A Reply

Your email address will not be published.