Latest Odisha News

BREAKING NEWS

Amit Shah: ଗୁଜରାଟ ଭଳି ଓଡ଼ିଶାର ମଧ୍ୟ ବିକାଶ ହେବ,ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ: ଅମିତ ଶାହ

ଭୁବନେଶ୍ବର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩୨୭୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି । ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟରୁ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲଫୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଳାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । ପାରାଦୀପ ପ୍ଲାଣ୍ଟ କୃଷିକ୍ଷେତ୍ରକୁ ବଡ଼ ସହାୟକ ହେବ ବୋଲି କହିଥିଲେ ଶାହ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ଲୋକାର୍ପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଆତ୍ମନିର୍ଭର ଭାରତ’ ଅଭିଯାନକୁ ସୁଦୃଢ଼ କରିବ । ସାର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ, ଓଡ଼ିଶା ସମେତ ଭାରତର ଚାଷୀ ହେବେ ଉପକୃତ ହେବେ । ପାରାଦୀପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ର କଳ୍ପନା ବାସ୍ତବ ରୂପ ନେଉଛି ।

କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ଓଡ଼ିଶାର ଜନତାଙ୍କୁ ପ୍ରତିଶ୍ରୁତି ଦେଉଛି କୋଅପରେଟିଭ ମାଧ୍ୟମରେ ଗ୍ରାମୀଣ ଜନଜୀବନ, ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ। ଗୁଜୁରାଟ ପରି ଓଡ଼ିଶାର ବିକାଶ ହେବ। ଗୁଜରାଟ ଭଳି ଓଡ଼ିଶାର ପ୍ରତିଟି ଗାଁରେ ଡାଏରୀ ପହଞ୍ଚିବ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆତ୍ମନିର୍ଭରଶୀଳକୁ ଗୁରୁତ୍ବ ଦେଉଛନ୍ତି। ମତ୍ସ୍ୟପାଳନକୁ ମଧ୍ୟ ଗୁରୁତ୍ବ ଦିଆଯିବ ।

 

Leave A Reply

Your email address will not be published.